ଶ୍ରୀଜଗନ୍ନାଥଙ୍କ ଦୃଷ୍ଟାନ୍ତରୁ ‘ମୁଁ ନୁହେଁ, ଆମେ’ର ସ୍ଲୋଗାନ ଦେଲେ

() ବରିଷ୍ଠ ଆଇଏଏସ ଅଫିସର ଅପରାଜିତା ଷଡ଼ଙ୍ଗୀ ସ୍ଵେଚ୍ଛାକୄତ ଅବସର ପାଇଁ ଆବେଦନ କରିବା ପରେ ତାଙ୍କର ପରବର୍ତ୍ତୀ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ରହିଛି। ଏପରିକି ସେ ଚାକିରୀ ଛାଡି ରାଜନୀତିରେ ପାଦ ଥାପିବେ ଏବଂ ବିଜେପିରୁ ଭୁବନେଶ୍ବରରୁ ଲଢିବେ ବୋଲି ଚର୍ଚ୍ଚା ହେଉଛି । ଏଭଳି ଚର୍ଚ୍ଚାକୁ ଅପରାଜିତା ଏଡାଇ ମଧ୍ୟ ଯାଇନାହାଁନ୍ତି । ସେ ଟ୍ବିଟରରେ ନିଜର ଜଣେ ଫଲୋଅରର ପ୍ରଶ୍ନର ଉତ୍ତର ଦେବାକୁ ଯାଇ କହିଛନ୍ତି ତାହା ସଂକେତ ଦେଉଛି ଯେ, ସେ ରାଜନୀତିକୁ ନିଜର ପରବର୍ତ୍ତି ବୃତ୍ତି ଭାବେ ଗ୍ରହଣ କରିବାକୁ ଯାଉଛନ୍ତି ।

ଶ୍ରୀ ଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରାର ଉଦାହାରଣ ଦେଇ ନିଜ ବୁଲେଇ ବଙ୍କେଇ ନିଜ ମତ ରଖିଛନ୍ତି । ରାଜନୀତିକୁ ନାଁ କରି ନାହାଁନ୍ତି । କିନ୍ତୁ ସ୍ପଷ୍ଟ ଭାବେ ହଁ ମଧ୍ୟ କରି ନାହାଁନ୍ତି । ବରଂ ସେ ମୁଁ ନୁହେଁ ଆମେର ସ୍ଲୋଗାନ ଦେଇଛନ୍ତି । ସେ କହିଛନ୍ତି ଯେ, ଶ୍ରୀ ଜଗନ୍ନାଥଙ୍କ ରଥକୁ ଜଣେ ଟାଣି ନଥାଆନ୍ତି, ସମସ୍ତଙ୍କ ସହଯୋଗରେ ରଥ ଆଗକୁ ଗଡିଥାଏ। ମିଳିତ ସହଯୋଗରେ ହିଁ ସଫଳତା ହାସଲ ହୋଇଥାଏ।

ମୁଁ ନୁହେଁ ଆମ୍ଭେ ବୋଲି ସେ ତାଙ୍କ ଟ୍ଵିଟରେ ଲେଖିଛନ୍ତି। ଜଣେ ଫଲୋୟରଙ୍କୁ ଉତ୍ତର ରଖି ସେ କହିଛନ୍ତି, ମୁଁ ଚ୍ୟାଲେଞ୍ଜ ନେବାକୁ ଭଲପାଏ। ଯଦି ଉଦ୍ଦେଶ୍ୟ ଠିକ ରହିଛି ଓ କଠିନ ପରିଶ୍ରମ କରାଯାଏ ପୁରା ବ୍ରହ୍ମାଣ୍ଡ ନିଜ ସପକ୍ଷରେ ରହିବ। ମୁଁ ସମସ୍ତଙ୍କ ଶୁଭେଚ୍ଛା ଚାହୁଁଛି ବୋଲି ସେ କହିଛନ୍ତି। ଅପରାଜିତାଙ୍କ ଏଭଳି ଚିନ୍ତାଧାରା ଅତ୍ୟନ୍ତ ସ୍ପଷ୍ଟ। ଏଥିରୁ ସ୍ପଷ୍ଟ ବାରି ହେଉଛି, ହୁଏତ ଅପରାଜିତା ଯେ କେବଳ ରାଜନୀତିକୁ ଆସୁନାହାଁନ୍ତି,ଏକ ଗୁରୁ ଦାୟିତ୍ବ ନେବା ସହ ସାମୁହିକ ପ୍ରୟାସ ଦ୍ବାରା ତାହା ସମ୍ଭବ ବୋଲି ପରୋକ୍ଷ ଇଶାରା ଦେଇଛନ୍ତି। ସେ ପ୍ରଥମରୁ ହିଁ ଓଡ଼ିଶାର ଆରାଧ୍ୟ ଦେବତା ଜଗନ୍ନାଥଙ୍କ ରଥଯାତ୍ରା ଉଦାହରଣ ମାଧ୍ୟମରେ ଏକ ସୁନ୍ଦର ସନ୍ଦେଶ ମଧ୍ୟ ଦେଇଛନ୍ତି।

Share

Leave a Reply

Your email address will not be published. Required fields are marked *

3 × 3 =