ଆଜି ବିଧାନସଭାରେ ଆୟାରଙ୍କ ଚୂଡ଼ାନ୍ତ ରିପୋର୍ଟ ଦାଖଲ

ଆଜି ବିଧାନସଭାରେ ଉପସ୍ଥାପିତ ହେବ ବହୁ ଚର୍ଚ୍ଚିତ ଅଭିଜିତ ଆୟାରଙ୍କ ସଂପର୍କରେ ରିପୋର୍ଟ । ଅଭିଜିତ ଆୟାର ଦେଇଥିବା ସମସ୍ତ ବୟାନକୁ ଗୃହ କମିଟି ତର୍ଜମା କରିସାରିବା ସହ ରିପୋର୍ଟ ପ୍ରସ୍ତୁତ କରିସାରିଛି । ତେଣୁ ବାଚସ୍ପତିଙ୍କ ନିର୍ଦ୍ଦେଶ ଆଧାରରେ ଆଜି ବିଧାନସଭାରେ ଗୃହ କମିଟି ଅଧକ୍ଷ ତଥା ବିରୋଧୀ ଦଳ ନେତା ନରସିଂହ ମିଶ୍ର ରିପୋର୍ଟ ଦାଖଲ କରିବେ ।
ତେବେ ଅଭିଜିତଙ୍କ ବିରୋଧରେ ନିର୍ଦ୍ଦିଷ୍ଟ କି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ନା ଅଭିଜିତ ଗୃହ କମିଟି ସାମ୍ନାରେ ଯେଉଁ କ୍ଷମା ମାଗିଛନ୍ତି ସେ ନେଇ କମିଟି ସୂଚାଇ କାର୍ୟ୍ୟାନୁଷ୍ଠାନ ନିଷ୍ପତି ଗୃହ ଉପରେ ଛାଡିଦେବେ ତାହା ଏବେ ରହସ୍ୟ ଘେରରେ ରହିଛି । କୋଣାର୍କ ,ପୁରୀ ଶ୍ରୀମନ୍ଦିର ସମେତ ଓଡିଶାର ଅସ୍ମିତାକ ଯଥେଷ୍ଟ ଆଘାତ ପହଁଚାଇଥିବା ଅଭିଜିତ୍ ବିଧାୟକ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ବିରୋଧରେ ଅରୁଚିକର ମନ୍ତବ୍ୟ ଦେଇଥିଲେ । ଏହାକୁ ନେଇ ସର୍ବସମ୍ମତି କ୍ରମେ ବିଧାନସଭା ଗୃହ କମିଟି ଗଠନ ହୋଇଥିଲା । ଏହି ବିବାଦୀୟ ବୟାନକୁ ନେଇ ୬ ଥର ବସିଛି ଗୃହ କମିଟି । ପୂର୍ବରୁ ୨ ଥର ବିଧାନ ସଭାର ଗୃହ କମିଟିରେ ହାଜର ହୋଇ କ୍ଷମା ମଗିବା ସହିତ ଦେଇଥିବା ବୟାନର ସତ୍ୟପାଠ ଦାଖଲ କରିଥିଲେ ଅଭିଜତ ।

Share

Leave a Reply

Your email address will not be published. Required fields are marked *

6 + one =