ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ କରୋନା ପଜିଟିଭ୍

ଭୁବନେଶ୍ୱର: ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ କରୋନା ପଜିଟିଭ୍ ଚିହ୍ନଟ |ଏ ନେଇ ପ୍ରଦୀପ୍ତ ନିଜେ ଟ୍ବିଟ୍ କରି ସୂଚନା ଦେଇଛନ୍ତି । ନିକଟରେ ପିପିଲି ଉପନିର୍ବାଚନ ପାଇଁ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ଅଜିତ ମଙ୍ଗରାଜଙ୍କର କରୋନା ଯୋଗୁଁ ମୃତ୍ୟୁ ପରେ ପରେ ଏବେ ନେତା ମନ୍ତ୍ରୀଙ୍କୁ ଘାରିଛି କରୋନା ଭୟ ।

ତେବେ ପ୍ରଦୀପ୍ତ ଟ୍ୱିଟ କରି ଲେଖିଛନ୍ତି, ‘ବାରମ୍ବାର କରୋନା ଟେଷ୍ଟ କରାଇବା ପରେ ମୋ ରିପୋର୍ଟ ପଜିଟିଭ୍ ଆସିଛି । ଯେଉଁମାନେ ୫ ଦିନ ହେଲା ମୋ ସଂସ୍ପର୍ଶରେ ଆସିଛନ୍ତି ସେମାନେ ନିଜର କରୋନା ଟେଷ୍ଟ କରାଇନିଅନ୍ତୁ । ଏହାସହ ନିଜକୁ ସେଲ୍ପ ଆଇସୋଲେସନରେ ରଖିବା ସହ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରନ୍ତୁ ।’

Share

Leave a Reply

Your email address will not be published. Required fields are marked *

three + six =