ସନ୍ନି ଦେଓଲ ହେବେ ବିଜେପି ପ୍ରାର୍ଥୀ, କେଉଁଠୁ ଲଢିବେ ଜାଣନ୍ତୁ…

ପ୍ରିଲ ଓ ମେ ମାସରେ ଲୋକସଭା ନିର୍ବାଚନ ହୋବାକୁ ଯାଉଛି। ସାରା ଦେଶରେ ୭ଟି ପର୍ୟ୍ୟାୟରେ ଲୋକସଭା ନିର୍ବାଚନ ହେବ । ଏପ୍ରିଲ ମାସ୧୧ ତାରିଖରେ ପ୍ରଥମ ପର୍ୟ୍ୟାୟ ଲୋକସଭା ନିର୍ବାଚନ ହେବ। ୭ ପର୍ୟ୍ୟାୟ ନିର୍ବାଚନ ପରେ ମେ ମାସ ୨୩ ତାରିଖରେ ପରିଣାମ ଘୋଷଣା ହେବ। ତେବେ ବିଜେପିରୁ କେଉଁ ଠାରେ କିଏ ଲଢିବ ଏଯାଏଁ ଘୋଷଣା ହୋଇନାହିଁ। ତେବେ ଜଣଙ୍କ ବିଷୟରେ ଖୁବ୍ ଅଧିକ ଚର୍ଚ୍ଚା ଚାଲିଛି। ସେ ହେଉଛନ୍ତି ହିନ୍ଦି ସିନେମା ଜଗତର ଅଭିନେତା ସନ୍ନି ଦେଓଲ। ପ୍ରଥମେ ରିପୋର୍ଟ ଆସିଥିଲା ଯେ, ପଞ୍ଜାବର ଅମୃତସରୁ ସନ୍ନି ବିଜେପି ପାଇଁ ନିର୍ବାଚନ ଲଢିବେ। କିନ୍ତୁ ଏବେ ବିଜେପି ସନ୍ନୀଙ୍କୁ ଉତ୍ତରପ୍ରଦେଶରୁ ନିର୍ବାଚନ ପାଇଁ ପ୍ରାର୍ଥି କରିବ ବୋଲି ଚର୍ଚ୍ଚା ହେଉଛି। ସୂଚନାଯୋଗ୍ୟ ଯେ, ଆନୁଷ୍ଠାନିକ ଭାବେ ବିଜେପି ଏ ନେଇ କୌଣସି ଘୋଷଣା କରିନି।

Share

Leave a Reply

Your email address will not be published. Required fields are marked *

2 × five =