ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ

ପିପିଲି: ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ| ପିପିଲି ଉପନିର୍ବାଚନ ପାଇଁ ଆଜି ଆଜି ନାମାଙ୍କନ ଦାଖଲ କରିଛନ୍ତି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ । ତେବେ ଆଶ୍ରିତ ନାମାଙ୍କନ ଦାଖଲ କରିବା ପୂର୍ବରୁ ମନ୍ଦିର ଯାଇ ପୂଜାର୍ଚ୍ଚନା କରିବା ସହ ବାଇକ ରାଲିରେ ପୁରୀ ଅଭିମୁଖେ ବାହାରିଥିଲେ । ସେଠାରେ ସେ ବିଜେପିର ନେତା ଓ କର୍ମୀଙ୍କ ଗହଣରେ ଯାଇ ନାମାଙ୍କନ ଦାଖଲ କରିଛନ୍ତି ।

ତେବେ ପ୍ରାର୍ଥୀପତ୍ର ଦାଖଲ ପରେ ଆଶ୍ରିତ କହିଛନ୍ତି ଯେ, ପିପିଲି ଉପନିର୍ବାଚନରେ ଲୋକଙ୍କ ବିଶ୍ୱାସ ବିଜୟ ହେବ, ବିଜୟୀ ହେବ ଭାରତୀୟ ଜନତା ପାର୍ଟି ।ଅନ୍ୟପକ୍ଷେ ବିଜେଡ଼ି ପକ୍ଷରୁ ପିପିଲି ଉପ-ନିର୍ବାଚନ ପାଇଁ ରୁଦ୍ରପ୍ରତାପ ମହାରଥୀଙ୍କ ନାମରେ ମୋହର ଲାଗିଛି । ବିଜେଡ଼ି ଦଳ ତରଫରୁ ରୁଦ୍ରପ୍ରତାପଙ୍କ ନାଁ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ |ଏଥିସହ ରୁଦ୍ରଙ୍କୁ ଆଗରେ ରଖି ଏଥର ବିଜେଡି ପିପିଲି ଉପ ନିର୍ବାଚନ ଲଢିବ ବୋଲି ପକ୍କା ହୋଇଯାଇଛି । ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ହେଉଛନ୍ତି ରୁଦ୍ର ।

ତେବେ ଦୀର୍ଘଦିନ ହେବ ବିଜେଡି ପ୍ରାର୍ଥୀଙ୍କୁ ନେଇ ଯେଉଁ ସସପେନ୍ସ ଲାଗି ରହିଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ରୁଦ୍ର । ପୂର୍ବରୁ ଦଳୀୟ ସଙ୍ଗଠନ ପାଇଁ କାମ କରି ଆସୁଥିବା ରୁଦ୍ର ୨୦୧୯ ନିର୍ବାଚନରେ ମଧ୍ୟ ବେଶ ସକ୍ରିୟ ଥିଲେ । ମହାରଥୀଙ୍କ ଦେହାନ୍ତ ପରେ ପିପିଲିରୁ କିଏ ବିଜେଡିର ପ୍ରାର୍ଥୀ ହେବ ତାହାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା । ଟିକେଟ ରେସରେ ମହାରଥୀଙ୍କ ପତ୍ନୀ ପ୍ରତିଭା ଓ ପୁଅ ରୁଦ୍ର ରହିଥିବା ବେଳେ ରୁଦ୍ରଙ୍କ ନାଁରେ ମୋହର ମାରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସେହିଭଳି କଂଗ୍ରେସ ମଧ୍ୟ ଦୁଇ ଦିନ ମଧ୍ୟରେ ପିପିଲି ପାଇଁ ପ୍ରାର୍ଥୀ ଘୋଷଣା କରିବା ନେଇ ଘୋଷଣା କରିଛି |

Share

Leave a Reply

Your email address will not be published. Required fields are marked *

fifteen + four =