ସାଢେ ୪ ଘଣ୍ଟା ବସିବ ବିଧାନସଭାର ଶୀତ ଅଧିବେଶନ

ଭୁବନେଶ୍ୱର()  ବିଧାନସଭାର ଶୀତ ଅଧିବେଶନ ନେଇ ଆଜି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ସେ କହିଛନ୍ତି ଯେ, କୋଭିଡ କଟକଣା ଭିତରେ ଦୈନିକ ସାଢେ ୪ ଘଣ୍ଟା ଶୀତ ଅଧିବେଶନ ବସିବ । ପ୍ରଶ୍ନକାଳ ହେବ କି ନାହିଁ ସେନେଇ କିଛି ସ୍ଥିର କରାଯାଇନାହିଁ । ବିଧାୟକ, କର୍ମଚାରୀ, ସାମ୍ବାଦିକଙ୍କ କୋଭିଡ ଟେଷ୍ଟ ନେଇ ପରାମର୍ଶ ନିଆଯିବ । ଇ-ବିଧାନସଭା ଲାଗି ଆସନ୍ତାକାଲିଠାରୁ ପ୍ରଶିକ୍ଷଣ ଶିବିର ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ବିଧାନସଭା କର୍ମଚାରୀଙ୍କୁ ଟ୍ରେନିଂ ଦିଆଯିବ ବୋଲି ବାଚସ୍ପତି କହିଛନ୍ତି ।

ତେବେ ନଭେମ୍ବର ୨୦ରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ଶୀତ ଅଧିବେଶନ । ଡିସେମ୍ବର ୩୧ ଯାଏ ଚାଲିବ ବିଧାନସଭା ଶୀତ ଅଧିବେଶନ । ନଭେମ୍ବର ୨୦ରେ ଅତିରିକ୍ତ ବଜେଟ ଉପସ୍ଥାପନ ହେବା ସହ ଶୀତ ଅଧିବେଶନରେ ରହିବ ୪୦ଟି କାର୍ଯ୍ୟ ଦିବସ ।

Share

Leave a Reply

Your email address will not be published. Required fields are marked *

eight − four =