ବିବିସି ରେଡିଓରେ ନବୀନ ପଟନାୟକ

ଭୁବନେଶ୍ୱର () ବିବିସି ରେଡିଓରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ସଫଳତା । 2000 ମସିହାରୁ କ୍ରମାଗତ ଭାବେ 4 ଥର ମୁଖ୍ୟମନ୍ତ୍ରୀ ହେବାର ରହସ୍ୟ, ତାଙ୍କ ରାଜନୈତିକ ପଟ୍ଟୁତା ଏବଂ ଜାତୀୟ ରାଜନୀତିରେ ତାଙ୍କର ସମ୍ପର୍କକୁ ନେଇ ନିକଟରେ ବିବିସି ରେଡ଼ିଓରେ ଚର୍ଚ୍ଚା ହୋଇଛି ।

1997 ମସିହାରେ ଆସ୍କା ଲୋକସଭା କ୍ଷେତ୍ରରୁ ଏକ ଉପନିର୍ବାଚନରେ ଜିତିବା ପରେ ଗତ 4ଟି ସାଧାରଣ ନିର୍ବାଚନରେ କ୍ରମାଗତ ସଫଳତା ଆଦି ସମ୍ପର୍କରେ ବିଶିଷ୍ଟି ସାମ୍ବାଦିକ ରୁବେନ ବାନାର୍ଜୀ, ଜାତୀୟ ସ୍ତରରେ ନବୀନଙ୍କ ସାମ୍ବାଦିକ ବନ୍ଧୁ ବୀର ସଂଘୀଭି ଓ ଅନ୍ୟମାନଙ୍କ ବର୍ତ୍ତାଳାପକୁ ଆଧାର କରି ଏହି ରିପୋର୍ଟଟି ପ୍ରକାଶ ପାଇଛି ।

ଏଥିରେ ସମସ୍ତେ ଗୋଟିଏ କଥାରେ ଏକମତ ହୋଇଛନ୍ତି ଯେ, ନବୀନ 1997ରେ ରାଜନୀତିରେ ନୂଆ ବୋଲି କୁହାଯାଉଥିଲେ ବି ସେ ଜଣେ ବିଚକ୍ଷଣ ରାଜନୀତିଜ୍ଞ ବୋଲି ପ୍ରମାଣିତ ହୋଇଛି । ବାପା ସ୍ବର୍ଗତ ବିଜୁ ପଟନାୟକଙ୍କ ଲୋକପ୍ରିୟତା ହେଉ କି ତାଙ୍କ ସ୍ଵଳ୍ପଭାଷୀ ଓ ଭଦ୍ର ରାଜନେତା ଭାବେ ତାଙ୍କର ବିକଳ୍ପ ସୃଷ୍ଟି ହୋଇନି । ତାଙ୍କ ଗ୍ରହଣିଅତାତର ଆଉ ଏକ ପ୍ରମୁଖ କାରଣ ହେଲା ସେ ଭଲ ଓଡ଼ିଆ କହିପାରନ୍ତିନି । ତେଣୁ ହିନ୍ଦୀରେ ଭାଷଣ ସାଧରଣ ଲୋକଙ୍କୁ ବେଶ ଗ୍ରହଣୀୟ ହୋଇଛି । ଏଥିସହ ଓଡ଼ିଶାର ବିକାଶ ଏବଂ ଦୁର୍ନୀତି ବିରୋଧରେ ଲଢେଇ ପାଇଁ ସେ ଜାତୀୟ ରାଜନୀତିରେ ମଧ୍ୟ ଲୋକପ୍ରିୟ । ଓଡ଼ିଆ, ହିନ୍ଦୀ କି ଇଂରାଜୀରେ ଛାଡି ଅନ୍ୟ ଭାଷାରେ ଭାଷଣ ଦେଲେବି ଲୋକାଦୃତ ହେବ ।

ତାଙ୍କ ମୁଖ୍ୟମନ୍ତ୍ରୀତ୍ୱରେ ଓଡ଼ିଶାର ସର୍ବାଧିକ ବିପିଏଲ ପରିବାର ଦାରିଦ୍ର୍ୟ ସୀମାରେଖା ଉପରକୁ ଉଠିଛି ଏବଂ ବିକାଶର ନୂଆ ମାନଦଣ୍ଡ ସୃଷ୍ଟି କରିଛନ୍ତି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଠାରୁ ରାଜ୍ୟର ସବୁ କଚ୍ଚା ଘରକୁ ପକ୍କା ଘରରେ ରୂପାନ୍ତରିତ କରିବା ନବୀନଙ୍କୁ ଅପ୍ରତିଦ୍ବନ୍ଦୀ ନେତା ଭାବେ ପ୍ରତିଷ୍ଠିତ କରାଇଛି ।

Share

Leave a Reply

Your email address will not be published. Required fields are marked *

6 + nineteen =