ଶଙ୍ଖ ଫୁଙ୍କିବେ ନବ, କର୍ମୀ ଦେଲେ ଗ୍ରୀନ ସିଗ୍ନାଲ … ଦେଖନ୍ତୁ ଏହି ଭିଡିଓ

ଭୁବନେଶ୍ୱର () କଂଗ୍ରେସର ବରିଷ୍ଠ ବିଧାୟକ ନବ ଦାସ ବିଜେଡିରେ ଯୋଗଦେବେ । ଏଥିପାଇଁ ଗତ ସପ୍ତାହେ ହେଲା ସେ ଝାରସୁଗୁଡ଼ାରେ ବଂଧୁମିଳନ କରି ନିଜ ଅନୁଗତଙ୍କୁ ମତାମତ ସଂଗ୍ରହ କରୁଛନ୍ତି ।

ଝାରସୁଗୁଡ଼ାରେ କଂଗ୍ରେସର ନିଜସ୍ୱ ସଂଗଠନ ନାହିଁ । ସେଠି ନବ ଦାସଙ୍କ ସଂଗଠନ ଅଛି । ନବଙ୍କ ନାଁରେ ଭୋଟ । ତେଣୁ ନବ ଦଳ ବଦଳ କଲେ ତାଙ୍କ ଅନୁଗତ ଓ ସମର୍ଥକମାନେ ତାଙ୍କ ସହ ରହିବେ ନା ଦଳ ସହ ରହିବେ ସେ ନେଇ ସେ ମତାମତ ସଂଗ୍ରହ କରୁଛନ୍ତି । ଝରସୁଗୁଡ଼ାରୁ 2009ରୁ ସେ ଲଗାତାର ଦୁଇଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ଏଥର ମଧ୍ୟ ତାଙ୍କର ବିଜୟ ସମ୍ଭାବନା ଅଧିକ ଥିଲା ।

କଂଗ୍ରେସରେ ତାଙ୍କୁ ଅବହେଳା କରାଯାଉଥିବାରୁ ସେ ବିଜେଡିକୁ ଯିବାକୁ ଆଗ୍ରହୀ ବୋଲି ଜଣାପଡିଛି । ଯଦିଓ ନିକଟରେ ରାଜ୍ୟ କଂଗ୍ରେସର ସାଙ୍ଗଠନିକ ପରିବର୍ତ୍ତନ ହୋଇଛି, ନବ କିନ୍ତୁ ଖୁସୀ ନୁହନ୍ତି । ଏମିତିବି ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଝାରସୁଗୁଡା ଗସ୍ତ ବେଳେ ନବଙ୍କ ସକ୍ରିୟ ଯୋଗଦାନରୁ ଏହାର ସଂକେତ ମିଳିଥିଲା ।

Share

Leave a Reply

Your email address will not be published. Required fields are marked *

2 × 5 =