ବିଜେଡିର ବିକାଶ ପଥରେ ସାମିଲ ହେବାକୁ ଯୁବପୀଢ଼ିଙ୍କୁ ଆହ୍ୱାନ

ଟାଙ୍ଗି () : ଖୋର୍ଦ୍ଧା ଜିଲ୍ଲା  ଚିଲିକା ନିର୍ବାଚନ ମଣ୍ଡଳୀରେ ଆଜି ବିଜେଡି ସାଧାରଣ ସମ୍ପାଦକ ତଥା ମିଡିଆ ସେଲ ସଂଯୋଜକ ମାନସ ମଙ୍ଗରାଜଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି । ଚିଲିକା ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର କର୍ମୀ-ସମର୍ଥକମାନେ ଏହି ସ୍ଵାଗତ ସମ୍ବର୍ଦ୍ଧନା ଦେଇଥିଲେ ।

ଚଣ୍ଡେଶ୍ଵର ଛକ, ହରିପୁର ଛକ, ନାଚୁଣୀ, ସୁନଖଳା, ବାଲୁଗାଁ-ବାଣପୁର ଛକରେ ବିଜୁ ଜନତା ଦଳର ସମର୍ଥକ ମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ କରିଥିଲେ । ବିରାଟ ବାଇକ ରାଲିରେ ବିଜୁ କର୍ମୀମାନେ ତାଙ୍କୁ ସାଙ୍ଗରେ ଧରି ନଗର ପରିକ୍ରମା କରିଥିଲେ । ଚିଲିକା ମାଟି ଏକ ଯୁବ ନେତୃତ୍ଵ ଚାହୁଁଛିର ନାରା ଦେଇ ଶ୍ରୀ ମଙ୍ଗରାଜଙ୍କ ଜୟକାର କରିଥିଲେ । ଶେଷରେ ନାଚୁଣୀ ନିକଟସ୍ଥ ଜୀବନଦେଇପୁର ଗ୍ରାମରେ ଏକ ସାାଧାରଣ ସଭା ସେ ସମ୍ବୋଧିତ କରିଥିଲେ ।
ଏହି ଅବସରରେ ଦଳର ସୁପ୍ରିମୋ ଯେଉଁ ଦାଇତ୍ଵ ଦେବେ ସେହି ଦାଇତ୍ଵ ସୂଚାରୁ ରୂପେ ତୁଲାଇବି ବୋଲି ସେ କହିଛନ୍ତି । ଏଥିସହ ସେ ଯୁବପୀଢ଼ିଙ୍କୁ ନବୀନଙ୍କ ବିକାଶ ଧାରାରେ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ । ସେ କହିଥିଲେ ଯେ, ବିଜେଡି ସହ ସାମିଲ ହୁଅ, କାରଣ ବିକାଶର ଅନ୍ୟ ନାମ ବିଜେଡି ।
Share

Leave a Reply

Your email address will not be published. Required fields are marked *

three × five =