ଶ୍ରୀକାନ୍ତଙ୍କ ସମ୍ପର୍କରେ ନିଷ୍ପତି ନେବ ଏଆଇସିସି

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତା ଶ୍ର୍ରୀକାନ୍ତ ଜେନାଙ୍କର ଶୃଙ୍ଖଳା ଭଙ୍ଗ ଉପରେ କାର୍ଯ୍ୟାନୁÂାନ ପାଇଁ ଓଡିଶା ପ୍ରଦେଶ କଂଗ୍ରେସ ଶୃଙ୍ଖଳା କମିଟି ଏଆଇସିସି ଉପରେ ଦାୟୀତ୍ୱ ଛାଡିଦେଇଛି । ଶ୍ରୀ ଜେନା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ଏଆଇସିସି ସଭ୍ୟ ହୋଇଥିବା ଦୃଷ୍ଟିରୁ ପିସିସି ଶୃଙ୍ଖଳା କମିଟି ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁÂାନ ନେଇପାରିବ ନାହିଁ ସେଥିପାଇଁ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁÂାନ ପାଇଁ ପିସିସି ଶୃଙ୍ଖଳା କମିଟି ଏଆଇସିସି ସୁପାରିସ କରିଛି ବୋଲି ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷ ହେମାନନ୍ଦ ବିଶ୍ୱାଳ କହିଛନ୍ତି । ଆଜି ଏଠାରେ ପିସିସି ଶୃଙ୍ଖଳା କମିଟି ବୈଠକ ଶ୍ରୀ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁÂିତ ହୋଇ ଏହି ସୁପାରିସ କରାଯାଇଛି ।
ଏସମ୍ପର୍କରେ ଶ୍ରୀକାନ୍ତ ଜେନାଙ୍କୁ ପଚାରିବାରୁ ସେ କହିଥିଲେ ଯେ ଶୃଙ୍ଖଳା ଭଙ୍ଗ କଣ ସେ ତାହା ଜାଣନ୍ତି ନାହିଁ । ସେ କେବେ ଖଣି ଚୋରି କରିନାହାନ୍ତି କିମ୍ବା ଲାଂଚ ଦେଇ କୋର୍ଟ ଦ୍ୱାରା ମଧ୍ୟ କେବେ ଭସ୍ôିର୍ତ ହୋଇନାହାନ୍ତି ।

Share

Leave a Reply

Your email address will not be published. Required fields are marked *

sixteen + 16 =