ଜୀବନ୍ତ ପୋତି ହେଲେ ୧୦ ମହିଳା ଶ୍ରମିକ

ତେଲେଙ୍ଗାନାର ନାରାୟଣପେଟ୍ ଜିଲ୍ଲାରେ ଏକ ଲୋକହର୍ଷଣକାରୀ ଘଟଣା ଘଟିଛି। ଏଠାରେ ଏକ ଏମଜିନରେଗା ଅଧୀନରେ କାର୍ୟ୍ୟ କରୁଥିବା ୧୦ ଜଣ ମହିଳା ଶ୍ରମିକ ମାଟି ପୋତି ହେବା କାରଣରୁ ମୃତ୍ୟୁ ବରଣ କରିଛନ୍ତି। କାମ କରୁଥିବା ସମୟରେ ହଠାତ୍ ସେମାନଙ୍କ ଉପରେ ମାଟି ଅତଡ଼ା ଖସି ପଡ଼ିଥିଲା ଫଳରେ ତାହା ତଳେ ଚାପି ହୋଇ ସେମାନେ ନିଜର ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ସମସ୍ତେ ମହିଳା ଥିବା ଜଣାପଡିଛି।

ସୂଚନା ମୁତାବକ, ଆଜି ମଧ୍ୟାହ୍ନ ୧୨ ଜଣ ଶ୍ରମିକ ବର୍ଷାର ପାଣି ଜମା କରିବା ପାଇଁ କୂଅ ଖୋଲୁଥିଲେ। ଏହି ଖନନ କାର୍ୟ୍ୟରେ ନିୟୋଜିତ ରହିଥିବା ସମୟରେ ହଠାତ୍ ବିରାଟ୍ ମାଟି ଅତଡ଼ା ସେମାନଙ୍କ ଉପରେ ଖସି ପଡ଼ିଥିଲା। ଫଳରେ ସମସ୍ତେ ୮ରୁ ୧୦ ଫୁଟ୍ ଉଚ୍ଚର ମାଟି ତଳେ ଚାପି ହୋଇଯାଇଥିଲେ। ଏଥି ମଧ୍ୟରୁ ଦୁଇ ଜଣ ମହିଳା ଖସି ଆସିଥିବା ବେଳେ ଅନ୍ୟ ମାନଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା।

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ର ଶେଖର ରାଓ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ଯଥା ସମ୍ଭବ ସାହାଯ୍ୟ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

Share

Leave a Reply

Your email address will not be published. Required fields are marked *

10 − 7 =