ରାଜନୀତିରେ ସବୁ ସମ୍ଭବ : କାଲି ଗୋଟେ ନୀତି, ଆଜି ଆଉ ଗୋଟେ !

ଭୁବନେଶ୍ବର () ରାଜନୀତିରେ କ୍ଷମତା ଲୋଭରେ ନୀତି, ଆଦର୍ଶକୁ ଜଳାଞ୍ଜଳୀ ଦେଇ ନେତାମାନେ କେଉଁ ସ୍ତରକୁ ଚାଲି ଯାଇପାରନ୍ତି ତାର ଏକ ସ୍ପଷ୍ଟ ଉଦାହାରଣ ହେଉଛନ୍ତି ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ । ଏକଦା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ ଶାହା ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଟୁ ସମାଲୋଚନା କରୁଥିବା ଦାମ ରାଉତ ଆଜି 78 ବର୍ଷ ବୟଷରେ ନିଜର ରାଜନୈତି କ୍ଷମତା ଲୋଭକୁ ଚରିତାର୍ଥ କରିବାକୁ ସେହି ନେତାଙ୍କ ଶରଣ ପଶିଛନ୍ତି ।

ବିଜେପି ନାଁ ଶୁଣିଲେ ଡେଉଁଥିଲେ ଦାମ । କହୁଥିଲେ ତାଙ୍କ ରାଜନୈତିକ ଗୁରୁ ହେଉଛନ୍ତି ବିଜୁ ପଟ୍ଟନାୟକ । ବିଜୁ ବାବୁ ବିଜେପିକୁ ଆଦୌ ଗ୍ରହଣ କରିପାରୁନଥିଲେ । ତେଣୁ ବିଜେପି ଦେଶ ପାଇଁ ବିପଦ ବୋଲି କହୁଥିଲେ । ଅବଶ୍ୟ ସେତେବେଳେ ସେ ବିଜେଡି ଦଳର ବରିଷ୍ଠ ଉପସଭାପତି ଥିଲେ ଏବଂ ମନ୍ତ୍ରୀ ବି ଥିଲେ । ସେହିଭଳି ବୈଜୟନ୍ତ ପଣ୍ଡା ଯଦି ବିଜେଡି ବିରୋଧରେ କିଛି କହୁଥିଲେ, ତେବେ ଦାମ ବାବୁ ଆଗଭର ହୋଇ ତାଙ୍କୁ ବେପାରୀ, ରାଜ୍ୟ ସମ୍ପଦ ଲୁଟକାରୀ ବୋଲି କେତେ କଣ କହୁଥିଲେ । ଏକ ସମୟରେ ସେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚ୍ୟାଲେଂଜ କରି କହିଥିଲେ ଯେ, ପାରାଦ୍ବୀପ ହେଉଛି ଲୁଣି ପାଣିର ଅଂଚଳ । ଆଉ ଲୁଣି ପାଣିରେ ପଦ୍ମଫୁଲ ଫୁଟେ ନାହିଁ । ଏକଥା ଧର୍ମେନ୍ଦ୍ର ପ୍ରଧାନ ମନେ ରଖିବା ଉଚିତ ।

ହଠାତ କିନ୍ତୁ ଦାମଙ୍କ ଭାଷାରେ ପାରାଦ୍ବୀପ ପାଣିପାଗ କୁଆଡେ ବଦଳିଗଲା । ସେଠି କୁଆଡେ ସେ ପଦ୍ମ ଫୁଟାଇବେ ବୋଲି ରାଷ୍ଟ୍ରୀୟ ସଭାପତି ଅମିତ ଶାହାଙ୍କୁ ପ୍ରତିଶୃତି ଦେଇଛନ୍ତି । କେବଳ ଏତିକି ନୁହେଁ, ଦାମ ବାବୁ ଦିନେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଖୋଲା ମଂଚରେ ତାଙ୍କ ବିପକ୍ଷରେ ନିର୍ବାଚନ ଲଢିବାକୁ ଆହ୍ବାନ ଦେଇଥିଲେ । ବିଜେଡିରୁ ବହିଷ୍କୃତ ହେବା ପରେ ବୋଧହୁଏ ଦାମ ବାବୁଙ୍କ ଧର୍ମେନ୍ଦ୍ର ବିପକ୍ଷରେ ଲଢିବାକୁ ସାହସ ହେଲାନି, ସେଥିପାଇଁ ସେ ବିଜେପିରେ ଯୋଗ ଦେବାକୁ ବାଧ୍ୟ ହୋଇଛନ୍ତି ବୋଲି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ।

ସେହିଭଳି ଦାମଙ୍କ ଜାତିଆଣ ମନ୍ତବ୍ୟ, ବ୍ରାହ୍ମଣ ବିବାଦ ଏବଂ ସ୍ବାମୀ ଛାଡି ଅଙ୍ଗନୱାଡି ମନ୍ତବ୍ୟକୁ ନେଇ ରାଜରାସ୍ତାକୁ ଓହ୍ଲାଇଥିଲା ଏବଂ ସେ ସମୟରେ ଦାମ ବାବୁଙ୍କୁ ମନ୍ତ୍ରୀପଦରୁ ବହିଷ୍କାର ଦାବି କରୁଥିଲେ, ସେହି ଦଳ ପୁଣି କେମିତି ତାଙ୍କୁ କୋଳେଇ ନେଇଛି । ଏହା ବିଜେପିର କେଉଁ ନୀତି ନୈତିକତା ବୋଲି ସେ ପ୍ରଶ୍ନ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

seventeen + two =