ପପୁଙ୍କ ନାଁରେ ମାମଲା ଦାୟର

କଣ୍ଠଶିଳ୍ପୀ ରାନୁ ମଣ୍ଡଳଙ୍କ କମେଡି ଭିଡିଓ କରି ପପୁ ବିବାଦରେ ଫସିଯାଇଛନ୍ତି । ରାନୁ ମଣ୍ଡଳଙ୍କ ନାମରେ କମେଡି କରିବା ଯୋଗୁଁ ପପୁ ପମ୍ପମ୍ଙ୍କ ନାମରେ ମାମଲା ରୁଜୁ କରାଯାଇଛି । ନିଶ୍ଚିନ୍ତ କୋଇଲି ଥାନାରେ ଏ ନେଇ ମାମଲା ରୁଜୁ ହୋଇଛି। ନିଶ୍ଚିନ୍ତ କୋଇଲି ନାଗରିକ ମଞ୍ଚ ପକ୍ଷରୁ ପପୁଙ୍କ ନାମରେ ମାମଲା ରୁଜୁ କରାଯାଇଛି । ରାନୁ ମଣ୍ଡଳଙ୍କୁ ନକଲ କରିବା ପ୍ରସଙ୍ଗରେ ତାଙ୍କୁ ଅନେକ ସମାଲୋଚନା କରିଛନ୍ତି । ଜଣେ କଳାକାର ହୋଇ ଆଉଜଣେ କଳାକାରଙ୍କୁ ପରିହାସ କରିବା ଠିକ୍ ନୁହେଁ ବୋଲି ଅନେକ ଉଲ୍ଲେଖ କରିଛନ୍ତି ।

ସେପଟେ ପପୁ କଣ୍ଠ ଶିଳ୍ପୀ ରାନୁ ମଣ୍ଡଳଙ୍କୁ ପରିହାସ କରିବା ପରେ ଏକ ଭିଡିଓ ପୋଷ୍ଟ କରି କ୍ଷମା ପ୍ରାର୍ଥନା କରିଛନ୍ତି ।

ପପୁଙ୍କର ଭାଇରାଲ୍ ହୋଇଥିବା ଭିଡିଓରେ ସେ ଏକ ଶାଢୀ ପିନ୍ଧି ରାନୁଙ୍କ ଲୋକପ୍ରିତ ଗୀତ ତେରି ମେରି ଟ୍ଟଟ୍ଟ ଗୀତକୁ ଗାଉଥିବା ଶୁଣିବାକୁ ମିଳିଛି । ଏଥିରେ ଆଉଜଣେ କଳାକାର ହିମେଶ ରେଶମେୟାଙ୍କୁ ଅନୁକରଣ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

19 − 3 =