ଘରେ ଘରେ ଶଙ୍ଖ : ମତମତ ଦିଅନ୍ତି ଆପଣ, ପାଳନ କରନ୍ତି ନବୀନ

ଭୁବନେଶ୍ବର () ଆସନ୍ତାକାଲିଠାରୁ ବିଜୁ ଜନତା ଦଳ ପକ୍ଷରୁ ଆରମ୍ଭ ହେବ ଘରେ ଘରେ ଶଙ୍ଖ : ମତମତ ଦିଅନ୍ତି ଆପଣ, ପାଳନ କରନ୍ତି ନବୀନ ଅଭିଯାନ । ଆସନ୍ତାକାଲି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ 103ତମ ଜନ୍ମ ଜୟନ୍ତୀରୁ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମ ଆରମଭ କରିବେ ।

ଏହି ଅଭିଯାନକୁ ବିଜୁ ମହିଳା ଜନତା ଦଳର କାର୍ଯ୍ୟକର୍ତ୍ତମାନେ ରାଜ୍ୟର 86 ଲକ୍ଷରୁ ଅଧିକ ପରିବାର ନିକଟରେ ପହଁଚାଇବେ । ଏଥିରେ ପ୍ରତ୍ୟେକ ରାଜ୍ୟବାସୀ ସାମିଲ ହେବାକୁ ଆଜି ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ସାଧାରଣ ସଂପାଦକ ଡକ୍ଟର ଅରୁଣ କୁମାର ସାହୁ ଓ ମହିଳା ଜନତା ଦଳର ସଭାନେତ୍ରୀ ମିନତୀ ବେହେରା ଅହ୍ବାନ ଦେଇଛନ୍ତି ।

ଏହି ଅଭିଯାନ ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଅଭିଯାନରେ ଏକ ସ୍ବତନ୍ତ୍ର ଫର୍ମ ସବୁ ପରିବାରକୁ ଦେଇ ସେମାନଙ୍କ ମତାମତ ସଂଗ୍ରହ କରାଯିବ । ବିଜେଡି 2014 ନିର୍ବାଚନ ଇସ୍ତାହାରରେ ଦେଇଥିବା ପ୍ରତିଶୃତି ପୂରଣ କରିବାରେ ଏକମାତ୍ର ରାଜନୈତିକ ଦଳ । ଗତ ନିର୍ବାଚନ ସମୟରେ ଯାହା ପ୍ରତିଶୃତି ଦେଇଥିଲା ତାହାକୁ ମୁଖ୍ୟମନ୍ତ୍ରୀ ଶତ ପ୍ରତିଶତ ପାଳନ କରିଛନ୍ତି । ଏ ସଂପର୍କରେ ଲୋକଙ୍କ ମତାମତ ସଂଗ୍ରହ କରାଯିବ ସହ 2019 ନିର୍ବାଚନ ଇସ୍ତାହାରରେ କେଉଁ ପ୍ରସଙ୍ଗକୁ ଦଳ ନିଜର ପ୍ରତିଶୃତି ଭାବେ ଗ୍ରହଣ କରିବ ସେନେଇ ଲୋକଙ୍କ ମତାମତ ନେବାକୁ ଏହି ଅଭିଯାନ ଆରମ୍ଭ ହୋଇଛି ।

ରାଜ୍ୟର ପ୍ରଗତି ପ୍ରକ୍ରିୟାକୁ ଆହୁରି ବ୍ୟାପକ ଓ ତ୍ବରାନ୍ବିତ କରିବାକୁ ଲୋକଙ୍କ ଆଶା ଓ ଅଭିପସାର ସଠିକ ଆକଳନ ସହ ସମସ୍ତଙ୍କ ମତ, ଉପଦେଶ, ପରାମର୍ଶ ଓ ପ୍ରସ୍ତାବକୁ ସଂକଳିତ କରି ବାସ୍ତବ ରୂପ ଦେବା ଲକ୍ଷରେ ଏହି ଅଭିନବ ପ୍ରୟାସ କରାଯାଉଛି । ତୃଣମୂଳ ସ୍ତରରୁ ସଂଗ୍ରହ କରାଯିବ ଲୋକମତ ଏବଂ ଏହାକୁ ନେଇ ନିର୍ମାଣ ହେବ ଲୋକକ୍ଷେତ୍ର । ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାର ସଫଳ କାର୍ଯ୍ୟକାରିତା ପାିଁ ଉପଦାନ ସଂଗ୍ରହ କରାଯିବ ଏବଂ ସମୟର ଆହ୍ବାନ ଓ ଆବଶ୍ୟକତା ଅନୁସାରେ ନୂଆ ଚିନ୍ତନ ଓ ପ୍ରସ୍ତାବ ଗ୍ରହଣ କରାଯିବ । ଏହାକୁ ନେଇ ପ୍ରସ୍ତୁତ ହେବ ବିଜେଡିର ଇସ୍ତାହାର ଏବଂ ତାକୁ କାର୍ଯ୍ୟରେ ପରିଣତ କରିବାକୁ ଦଳ ସଂକଳ୍ପବଦ୍ଧ ରହିବ ବୋଲି ଦଳର ସାଧାରଣ ସଂପାଦକ ଅରୁଣ ସାହୁ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

6 + 19 =