ସଂସଦରେ ବିଜୁଙ୍କୁ ଭାରତ ରତ୍ନ ଦାବି

ଭୁବନେଶ୍ୱର () 18 ତାରିଖରୁ ଆରମ୍ଭ ହେଉଥିବା ସଂସଦର ସହିତ ଅଧିବେଶନରେ ପ୍ରବାଦପୁରୁଷ ସ୍ବର୍ଗତ ବିଜୁ ପଟନାୟକଙ୍କୁ ଭାରତରତ୍ନ ପ୍ରଦାନ କରିବାକୁ ଜୋରଦାର ଦାବି ରଖିବ ବିଜେଡି । ଆଜି ଅନୁଷ୍ଠିତ ସଂସଦୀୟ ଦଳ ବୈଠକରେ ଏହି ନିଷ୍ପତି ହୋଇଛି ।

ଏଥିସହିତ ରାଜ୍ୟ ସ୍ୱାର୍ଥ ପାଇଁ ବିଜେଡି ସାଂସଦମାନେ ଆସନ୍ତାକାଲି ଠାରୁ ଆରମ୍ଭ ହେଉଥିବା ସଂସଦର ଶୀତ ଅଧିବେଶନରେ ବିଭିନ୍ନ ଦାବି ଉତ୍ଥାପନ କରିବେ । ଏନେଇ ଦଳ ପକ୍ଷରୁ ରଣନୀତି ହୋଇଛି । ସଂସଦରେ ପର୍ଯ୍ୟଟନ ଠାରୁ ଆରମ୍ଭ କରି ପୋଲାଭରମ ପର୍ଯ୍ୟନ୍ତ ସବୁ ପ୍ରସଙ୍ଗ ଉଠାଇବ ବିଜେଡି । ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ସସ୍ମିତ ପାତ୍ର ।

ଦେଶର ୧୭ଟି ଆଇକନିକ ପର୍ଯ୍ୟଟନସ୍ଥଳୀ ତାଲିକାରେ ଓଡ଼ିଶାରୁ ଗୋଟିଏ ବି ନଥିବାରୁ ବିଜେଡ଼ି ସାଂସଦମାନେ ପାର୍ଲାମେଣ୍ଟରେ ଏହାକୁ ପ୍ରସଙ୍ଗ କରି ସରକାରଙ୍କୁ ଏବାବଦରେ କହିବେ । ରାଜ୍ୟର ଅନ୍ୟୁନ 2ଟି ପର୍ଯ୍ୟଟନସ୍ଥଳୀ ଏହି ତାଲିକାରେ ରଖିବାକୁ ଦାବି କରାଯିବ । ସେହିପରି କଟକ ବାଲିଯାତ୍ରାକୁ ଜାତୀୟସ୍ତର ହେରିଟେଜ୍ ମାନ୍ୟତା, ଡିଷ୍ଟ୍ରିକ୍ ମିନେରାଲ ଫଣ୍ଡ ଉପରୁ ଆୟକର ଛାଡ଼, କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ଫି ବୃଦ୍ଧି ପ୍ରତ୍ୟାହାର, ପୋଲାଭରମ ପ୍ରକଳ୍ପ ନିର୍ମାଣ ଉପରେ ରୋକ ଲଗାଇବା, ଆବାସ ଯୋଜନାରେ ବକେୟା ରାଶି ପ୍ରସଙ୍ଗ ଏହି ଶୀତକାଳୀନ ସଂସଦୀୟ ଅଧଇବେଶନରେ ଉଠାଇବ ବିଜେଡି ବୋଲି କହିଛନ୍ତି ସ୍ମସିତ ।

ଆଗାମୀ ଡିସେମ୍ବର ୩୧ ଯାଏଁ ଚାଲିବାକୁ ଥିବା ଏହି ଅଧିବେଶନର ପୂର୍ବରୁ ବିଜୁ ଜନତା ଦଳ ବିଭିନ୍ନ ପ୍ରସଙ୍ଗ ଉଠାଇବାକୁ ପ୍ରସ୍ତୁତ ହୋଇଛି ୟ ଅଧିବେଶନ ପୂର୍ବରୁ ଗୃହ ସୁପରିଚାଳନା ନେଇ ସର୍ବଦଳୀୟ ବୈଠକ ହୋଇଛି । କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥିତ ଥିଲେ । ବୈଠକରେ ବିଭିନ୍ନ ରାଜନୈତିକ ଦଳର ନେତାମାନେ ଯୋଗ ଦେଇଥିଲେ । ଏଥିରେ ଯୋଗ ଦେଇ ବିଜେଡି ସାଂସଦ ପିନାକୀ ମିଶ୍ର ଓଡ଼ିଶାରେ ବିଧାନ ପରିଷଦ ଗଠନ ବିଲକୁ ସଂସଦର ଶୀତ ଅଧିବେଶନରେ ଆଗତ କରିବାକୁ ଦାବି ଜଣାଇଛନ୍ତି ।

Share

Leave a Reply

Your email address will not be published. Required fields are marked *

two × four =