ନବୀନ ପୁଣି ଏକ ନମ୍ବର

ଭୁବନେଶ୍ୱର () ନିର୍ମଳ ଭାବମୂର୍ତ୍ତି ଓ ସ୍ୱଚ୍ଛ ଶାସନ ପାଇଁ ଜଣାଶୁଣା ଲୋକଙ୍କ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ବିବେଚିତ ହୋଇଛନ୍ତି । ଏବିପି ନ୍ୟୁଜ-ସି ଭୋଟର ଦ୍ୱାରା କରାଯାଇଥିବା ଦେଶ କି ମୁଡ୍ ସର୍ଭେରେ ନବୀନ ଦେଶର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଦେଶର ୫୪୩ଟି ଲୋକସଭା ନିର୍ବାଚନମଣ୍ଡଳୀର ୩୦ ହଜାର ଲୋକଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା ।

ଗତ ୧୨ ସପ୍ତାହରେ ଲୋକଙ୍କୁ ପ୍ରଶ୍ନ ପଚରାଯାଇ ସର୍ଭେ କରାଯାଇଥିଲା । ଶ୍ରେଷ୍ଠ ୧୦ଟି ମୁଖ୍ୟମନ୍ତ୍ରୀଙ୍କ ତାଲିକାରେ ନବୀନ ପଟ୍ଟନାୟକ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ଆନ୍ଧ୍ର ପ୍ରଦେଶର ଜଗନ ମୋହନ ରେଡ୍ଡୀ ତୃତୀୟ ସ୍ଥାନରେ ଅଛନ୍ତି । ଚତୁର୍ଥ ସ୍ଥାନରେ କେରଳ ମୁଖ୍ୟମନ୍ତ୍ରୀ ପି. ବିଜୟନ, ପଂଚମରେ ମହାରାଷ୍ଟ୍ରର ଉଦ୍ଧବ ଥାକ୍ରେ ଅଛନ୍ତି । ଷଷ୍ଠ ସ୍ଥାନରେ ଅଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ । ସପ୍ତମରେ ମମତା ବାନାର୍ଜୀ, ଅଷ୍ଟମରେ ଶିବରାଜ ସିଂହ ଚୌହାନ, ନବମରେ ପ୍ରମୋଦ ସାୱନ୍ତ ଓ ଦଶମରେ ବିଜୟ ରୂପାଣି ଅଛନ୍ତି ।

୨୦୨୧ରେ ଦେଶର ପ୍ରଥମ ବୃହତ ସର୍ଭେ କରୋନା ମହାମାରି ମୁକାବିଲା ଓ ଅର୍ଥନୀତିର ପୁର୍ନରୁଦ୍ଧାର ନେଇ ଦେଶବାସୀଙ୍କ ମତାମତ ଆଧାରରେ କରାଯାଇଛି । ଦେଶ ଓ ରାଜ୍ୟମାନେ କିଭଳି କରୋନା ମୁକାବିଲା କରିଛନ୍ତି ସେ ନେଇ ଲୋକଙ୍କ ମତାମତ ନିଆଯାଇଥିଲା । ଏଥିରେ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକୁ ସବୁସ୍ତରରୁ ପ୍ରଶଂସା କରାଯାଇଛି । 

Share

Leave a Reply

Your email address will not be published. Required fields are marked *

3 × 1 =