ସାଂସଦ ଲଡୁ କିଶୋର ସ୍ୱାଇଁଙ୍କ ପରଲୋକ

ସାଂସଦ ଲଡୁ କିଶୋର ସ୍ୱାଇଁଙ୍କ ପରଲୋକ। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ଲଡୁ କିଶୋର ଦୀର୍ଘ ବର୍ଷ ଧରି କିଡ୍ନୀ ରୋଗରେ ଆକ୍ରାନ୍ତ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୭୧ବର୍ଷ ବୟସ ହୋଇଥିଲା ।
ଗତ ସୋମବାର ହତାଠ୍ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗତକାଲି ରାତି ୧୧ଟା ୪୫ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କ ମରଶରୀରକୁ ନିଜ ଗାଁ କବିସୂର୍ୟ୍ୟନଗର ପଥରାକୁ ଅଣାଯାଇଛି। ଆସ୍କା ଲୋକସଭା ସାଂସଦ ଥିଲେ ଲଡୁ କିଶୋର ସ୍ୱାଇଁ।
୨୦୦୪ରେ କବିସୂର୍ୟ୍ୟନଗର ନିର୍ବାଚନ ମଣ୍ଡଳୀରୁ ବିଜେଡି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୪ରେ ଆସ୍କାରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ ଲଡୁ କିଶୋର । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।

Share

Leave a Reply

Your email address will not be published. Required fields are marked *

1 × 5 =