ରେଙ୍ଗାଲିରେ ଭୁଶୁଡ଼ିଲା ବିଜେପି ଦୁର୍ଗ

8ଟି ପଞ୍ଚାୟତର 320 କର୍ମୀ ବିଜେଡିରେ ମିଶିଲେ 

ରେଙ୍ଗାଲି () ରେଙ୍ଗାଲି ବ୍ଲକ ମାରୱାଡି ହରିହର ଧର୍ମଶାଳାରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ଏଥିରେ 8ଟି ପଞ୍ଚାୟତରୁ 320 ଜଣ ସକ୍ରିୟ ବିଜେପି କର୍ମୀ ଓ ନେତା ବିଜେଡିରେ ସାମିଲ ହୋଇଛନ୍ତି । ଏଥିରେ ଜିଲ୍ଲାସ୍ତରରେ ବିଜେପିରେ ସକ୍ରିୟ ଥିବା ତଥା ଅନେକ ମଣ୍ଡଳ ସଭାପତିଙ୍କ ଠାରୁ ଆରମ୍ଭ କରି ବ୍ଲକ ସଭାପତିଙ୍କ ପର୍ଯ୍ୟନ୍ତ ସାମିଲ ଅଛନ୍ତି । ଏତେମାତ୍ରାରେ ସକ୍ରିୟ ନେତା ଦଳ ଛାଡିବା ଦ୍ୱାରା ବିଜେପିକୁ ଶକ୍ତ ଧକ୍କା ଲାଗିଥିବା ବେଳେ ଏହା ଶୀର୍ଷ ନେତାଙ୍କୁ ଅଡୁଆରେ ପକାଇଦେଇଛି ।

ବ୍ଲକ ବିଜେଡି ସଭାପତି ଅଶୋକ ଗୁରୁଙ୍କ ସଭାପତିତ୍ୱରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ପୂର୍ବତନ ସାଂସଦ ତଥା ପର୍ଯ୍ୟବେକ୍ଷକ ରବି ପାଣି ମୁଖ୍ୟଅତିଥି ଓ ଝାରସୁଗୁଡା ପୂର୍ବତନ ବିଧାୟକ ନବ ଦାସ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ନବୀନ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଉପରେ ସୂଚନା ଦେଇଥିଲେ । ରେଙ୍ଗାଲି, ସାଲଡ଼, ଜଂଗଲା, ନିଷଣଭଙ୍ଗା, ଲପଙ୍ଗ, ଖିଣ୍ଡା, ବୋମାଲୋଇ, ଘିଚିମୁରା, ପଞ୍ଚାୟତର ଯୁଧିଷ୍ଠିର ରୋହିତଦାସ, ଲାଲ ପ୍ରଶାନ୍ତ ସିଂ, ଦିନେଶ ଓରାମ, ହମିତ ବୁଦ୍ଧିଆ, ସରୋଜ ଷଣ୍ଢ, ମହାବୀର ରୋହିତ ଦାସ, ମହେନ୍ଦ୍ର ବାରିକ, ନେତ୍ରାନନ୍ଦ ରହଣା, ଚନ୍ଦ୍ରକାନ୍ତ ଭୋଇ, ଚତୁର୍ଭୁଜ କୁମରା, ବଳରାମ ମେହେର, ଜଗଦୀଶ ପ୍ରଧାନଙ୍କ ସମେତ 320 ଜଣ ବିଜେଡିରେ ମିଶିଥିଲେ ।

କାର୍ଯ୍ୟକ୍ରମରେ ଦେବେନ ପତି, ଶାନ୍ତନୁ ହୋତା, ଶକ୍ତି ପଣ୍ଡା, ସୁଶାନ୍ତ ଡ଼ନସନା, ରାଜୁ ମିଶ୍ର, ମୋତିଲାଲ ତନ୍ତି, କିରଣ ବେହେରା, ମହେନ୍ଦ୍ର ଓରାମ, ସତ୍ୟନାରାୟଣ ଅଗ୍ରୱାଲ, ଗାନ୍ଧୀ ବେହେରା, ପୂର୍ବତନ ଜିଲ୍ଲା ପରିଷଦ ଅଞ୍ଜଳି ପ୍ରଧାନ, ବରିଷ୍ଠ କର୍ମୀ ଶଶୀଭୂଷଣ ସାହୁ, କବିରାଜ ବଢ଼େଇ, ବୃନ୍ଦାବନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

3 × 4 =