ନବୀନ ପୁଣି ଲୋକପ୍ରିୟତାର ଶୀର୍ଷରେ

ଭୁବନେଶ୍ବର () ପୁଣି ଲେକପ୍ରିୟତା ହାସଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଇଣ୍ଡିଆ ଟୁଡେ ଗ୍ରୁପ୍‌ ପକ୍ଷରୁ ପଲିଟିକାଲ୍‌ ଷ୍ଟକ୍‌ ଏକ୍ସଚେଂଜରେ ଆଉ ଏକ ନୂଆ ସର୍ଭେ ରିପୋର୍ଟ ସାମନାକୁ ଆସିଛି । ଏହି ଓପିନିୟନ୍‌ ପୋଲ୍‌ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ହିସାବରେ ୫୪ ପ୍ରତିଶତ ଲୋକ ନବୀନଙ୍କୁ ପସନ୍ଦ କରୁଛନ୍ତି । ୨୪ ପ୍ରତିଶତ ଲୋକ ଧମେର୍ନ୍ଦ୍ରଙ୍କୁ ସମର୍ଥନ କରିଛନ୍ତି । ସେହିପରି ୨୯ ପ୍ରତିଶତ ଲୋକ ରାଜ୍ୟର ବିଜେଡି ଶାସନରେ କେତେକାଂଶରେ ସନ୍ତୁଷ୍ଟ ଥିବା ବେଳେ, ୨୩ ପ୍ରତିଶତ ଲୋକ ରାଜ୍ୟ ସରକାରଙ୍କ ଉପରେ ସଂପୂର୍ଣ୍ଣ ସନ୍ତୁଷ୍ଟ ବୋଲି ମତ ଦେଇଛନ୍ତି । ଏହାସହ ଆସନ୍ତା ଲୋକସଭା ନିର୍ବାଚନରେ ପାନୀୟ ଜଳ ସମସ୍ୟା, ଦରଦାମ ବୃଦ୍ଧି ଓ ଗମନାଗମନ ସମସ୍ୟା ମୁଖ୍ୟ ପ୍ରସଙ୍ଗ ହେବ ବୋଲି ସର୍ଭେରେ ଭାଗନେଇଥିବା ଲୋକ ମତ ଦେଇଛନ୍ତି । ୨୧ ଲୋକସଭା ଆସନର ୮ହଜାର ୩୬୫ ଲୋକଙ୍କ ଟେଲିଫୋନ୍‌ ଜରିଆରେ ମତାମତ ନେଇ ଏହି ପଲିଟିକାଲ୍‌ ଷ୍ଟକ୍‌ ଏକ୍ସଚେଂଜ୍‌ ସର୍ଭେ ର ରିପୋର୍ଟ ପ୍ରସ୍ତୁତ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

two × 2 =