ବିଜେଡିରେ 5-ଟି ପ୍ରଭାବ : ଲୋକଙ୍କ ପାଖରେ ପହଁଚୁଛନ୍ତି ନେତା

ଭୁବନେଶ୍ବର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ, ବିଳାସ ଜୀବନ ଛାଡି ସରଳ ଜୀବନ କଟାଅ । ଲୋକଙ୍କ ସୁଖ ଦୁଃଖର ସାଥି ହୋଇ ଲୋକଙ୍କ ସମସ୍ୟା ସହ ଯୋଡି ହୋଇ ସହାୟତାର ହାତ ବଢାଅ । ମୁଖ୍ୟମନ୍ତ୍ରୀଙ୍କ ଏହି ନିର୍ଦ୍ଦେଶକୁ ବିଜେଡ଼ି ବିଧାୟକ, ମନ୍ତ୍ରୀ ଓ ସାଂସଦ ମାନେ ପାଳନ କରି ଲୋକଙ୍କ ସହ ଅଧିକ ଯୋଡି ହୋଇଛନ୍ତି। କ୍ଷମତା ଲୋଭ ଓ ମାୟାରୁ ବାହାରୀ କ୍ଷମତାଶାଳୀ ମନ୍ତ୍ରୀମାନେ ଏବେ ସରଳ ଜୀବନ କଟାଇବା ଅଭ୍ୟାସ କଲେଣୀ । ଅଧିକାଶ ମନ୍ତ୍ରୀ ଓ ବିଧାୟକ ଏବେ ରାଜଧାନୀର ମୋହମାୟା ଛାଡ଼ି ନିଜ ନିର୍ବାଚନୀ ମଣ୍ଡଳୀରେ ସମୟ କଟାଉଛନ୍ତି । ବିଶେଶକରି ଶନିବାର ଓ ରବିବାର ନିର୍ବାଚନୀ ମଣ୍ଡଳୀରେ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି । ସାଧାରଣ ଲୋକର ମନକଥା ବି ବୁଝୁଛନ୍ତି ।

ଏହି କ୍ରମରେ ରବିବାର ନୟାଗଡ଼ରେ ଜନଶୁଣାଣୀ କରିଛନ୍ତି ଉଚ୍ଚଶିକ୍ଷା ଓ କୃଷିମନ୍ତ୍ରୀ ଅରୁଣ ସାହୁ । ନୟାଗଡ଼ ବସଷ୍ଟାଣ୍ଡରେ ନିଜ ନିର୍ବାଚନୀ ମଣ୍ଡଳୀର ୬୦୦ରୁ ଅଧିକ ଲୋକଙ୍କ ଅଭିଯୋଗ ଓ ଅନୁୋଧ ଶୁଣିଛନ୍ତି ମନ୍ତ୍ରୀ ଅରୁଣ ସାହୁ । ପ୍ରତି ମାସରେ ଅରୁଣଙ୍କ ଏପରି ଜନ ଶୁଣାଣୀରେ ଲୋକେ ବେଶ ଉପୃକତ ହେଉଛନ୍ତି । ଯାହାର ଫଳସ୍ବରୂପ ଲୋକେ ସେମାନଙ୍କ ଅସୁବିଧା ନେଇ ରାଜଧାନୀ ନୁହେଁ, ନିଜ ନିର୍ବାଚନୀ ମଣ୍ଡଳୀର ଜନଶୁଣାଣୀରେ ସାମିଲ ହେଉଛନ୍ତି । ଏହାଦ୍ବାରା ଲୋକଙ୍କୁ ଆଉ ବାରମ୍ବାର ନେତାଙ୍କ ଦୁଆରକୁ ଦୌଡିବାକୁ ପଡୁନି । ନେତା ସେମାନଙ୍କ ପାଖରେ ପହଁଚି ସେମାନଙ୍କ ସମସ୍ୟାର ଅନ ଦି ସ୍ପଟ ସମାଧାନ କରୁଛନ୍ତି ।

ସେହିପରି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଯେତେବେଳେ ସମୟ ପାଆନ୍ତି ସେ ଯାଜପୁର ଯାଇ ଲୋକଙ୍କ ସୁଖ ଦୁଃଖରେ ସାମିଲ ହୁଅନ୍ତି । ନିଜ ନିର୍ବାଚନୀ ମଣ୍ଡଳୀ ନୁହେଁ, ପ୍ରଣବ ଏଭଳି କେତେ କାମ କରୁଛନ୍ତି ଯାହା ଅନ୍ୟ ଜିଲ୍ଲାର ବିଧାୟକମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି । ରକ୍ତ ଅଭାବରୁ ଯେପରି ଓଡ଼ିଶାରେ କେହି ମୃତ୍ୟୁବରଣ ନକରିବେ ସେନେଇ ପ୍ରଣବ ଅଶୋକ ଦାସ ଫାଉଣ୍ଡେସନ ପକ୍ଷରୁ ଆୟୋଜତି ରାକ୍ତଦାନ ଶିବିରରେ ସାମିଲ ହୋଇ କିପରି ସ୍ବେଚ୍ଛାକୃତ ଭାବେ ରକ୍ତଦାନ ପ୍ରତି ଲୋକମାନେ ଆଗ୍ରହ ପ୍ରକାଶ କରିବେ ସେନେଇ ପ୍ରୟାସ କରିଛନ୍ତି । ପ୍ରତି ରବିବାର ଓ ବିଭିନ୍ନ ସମୟରେ ଅଶୋକ ଦାସ ଫାଉଣ୍ଡେସନ ପକ୍ଷରୁ ପକ୍ଷରୁ ରକ୍ତଦାନ ଶିବିର କରାଯାଉଛି । ଧୀରେ ଧୀରେ ପ୍ରଣବଙ୍କ ଏହି ଲକ୍ଷ ସଫଳତା ଆଡ଼କୁ ଗତି କରୁଚି । ଯାହା ଯାଜପୁରର ଯୁବପିଢି ସ୍ବତଃପ୍ରବୃତ ଭାବେ ରକ୍ତଦାନ ଶିବିରରେ ସାମିଲ ହୋଇ ପ୍ରମାଣିତ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

eighteen − 9 =