ସାମ୍ନାକୁ ଆସିଲା ବହୁ ଚର୍ଚ୍ଚିତ IAS ଅଫିସର ଟିନା ଡାବିଙ୍କ ବିବାହ ଫଟୋ

ସାମ୍ନାକୁ ଆସିଲା ଟିନା ଡାବିଙ୍କ ବିବାହ ବେଳର ଫଟୋ । ବହୁ ଚର୍ଚ୍ଚିତ IAS ଅଫିସର ଟିନା ଡାବି । ବାହାଘର ପରେ ତାଙ୍କ ଫଟୋକୁ ସେ ସାର୍ବଜନୀନ କରିଛନ୍ତି । କିଛି ଘନିଷ୍ଠ ବନ୍ଧୁ ଓ ସମ୍ପର୍କୀୟଙ୍କ ମଧ୍ୟରେ ବିବାହ ଉତ୍ସବ ହୋଇଥିଲା । ତାଙ୍କର ଏହି ଫଟୋରେ ସ୍ୱାମୀ ପ୍ରଦୀପ ଗାେଓ୍ଵଣ୍ଡେଙ୍କ ସହ ବେଶ ଖୁସି ନଜର ଆସୁଛନ୍ତି ।

ଜୟପୁରରେ ହୋଇଥିଲା ବାହାଘର । ଟିନା ଏକ ଧଳା ଓ ଗୋଲଡେନ ବର୍ଡର ଥିବା ଶାଢ଼ୀ ପିନ୍ଧିଛନ୍ତି । ସେହିଭଳି ପ୍ରଦୀପ ଧଳା ରଙ୍ଗର କୁର୍ତ୍ତା ପିନ୍ଧିଥିବା ନଜର ଆସିଛନ୍ତି । ବାହାଘର ପାଇଁ ରାଜସ୍ଥାନ ଜୟପୁରର ଏକ ହୋଟେଲରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଉତ୍ସବରେ ଉଭୟଙ୍କର କିଛି ଖାସ୍‌ ଅତିଥି ଯୋଗଦେଇଥିଲେ ।

ଟିନା ହେଉଛନ୍ତି ୨୦୧୫ ବ୍ୟାଚର IAS ଅଫିସର । ସେ ରାଜସ୍ଥାନ କ୍ୟାଡରର ହୋଇଥିବା ବେଳେ ପ୍ରଦୀପ ହେଉଛନ୍ତି ୨୦୧୩ ବ୍ୟାଚର ଅଫିସର । ଉଭୟ ରାଜସ୍ଥାନରେ ପୋଷ୍ଟିଂ ହୋଇଛନ୍ତି । କରୋନା ମହାମାରୀ ସମୟରେ ଦୁହିଁଙ୍କ ମଧ୍ୟରେ ଭେଟ ହୋଇଥିଲା । ୨୯ ବର୍ଷୀୟ ଟିନା ଡାବିଙ୍କ ଏହା ଦ୍ୱିତୀୟ ବିବାହ । ଟିନା ଡାବି ଥିଲେ IAS ଟପ୍ପର । ୨୦୧୮ରେ ଆଇଏଏସ ଅତହର ଖାନଙ୍କୁ ବିବାହ କରିଥିଲେ ।

Share

Leave a Reply

Your email address will not be published. Required fields are marked *

12 − nine =