ଜେଟଲୀଙ୍କ ବିୟୋଗରେ ବଲିଉଡ଼ ତାରକାଙ୍କ ଶୋକ ପ୍ରକାଶ

ନୂଆଦିଲ୍ଲୀ()  ଚିକିତ୍ସାଧୀନ ଅବସ୍ଥାରେ ଦିଲ୍ଲୀ ଏମ୍ସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଅରୁଣ । ଦେହାନ୍ତ ବେଳକୁ ଜେଟଲୀଙ୍କୁ ୬୬ ବର୍ଷ ବୟସ ହୋଇଥିଲା । ତେବେ ଅସୁସ୍ଥତା କାରଣରୁ ଗତ ୯ ତାରିଖରୁ ଏମ୍ସରେ ଭର୍ତ୍ତି ଚିକିତ୍ସିତ ହେଉଥିଲେ ଅରୁଣ । ଶେଷରେ ଆଜି ମଧ୍ୟାହ୍ନ ୧୨ଟା ୦୭ ମିନିଟ୍ରେ ତାଙ୍କର ପରଲୋକ ହୋଇଥିବା ନେଇ ଏମ୍ସ ପକ୍ଷରୁ ବୟାନ ଜାରି କରାଯାଇଥିଲା। ଜେଟଲୀଙ୍କ ବିୟୋଗରେ ବଲିଉଡ଼ ତାରକାଙ୍କ ଶୋକ ପ୍ରକାଶ କରିଛନ୍ତି ।

ଅରୁଣ ଜେଟଲୀଙ୍କ ବିୟୋଗରେ ରିତେଶ ଦେଶମୁଖ ଓ ଅଗୁଲ ପନାଗ ଦୁଃଖ ପ୍ରକାଶ କରିବା ସହ ତାଙ୍କ ପରିବାରକୁ ଆଗକୁ ବଢିବାରେ ସାହାସ ମିଳୁ ବୋଲି ଟ୍ୱିଇଟ କରିଛନ୍ତି । ଅଭିନେତା ଅନିଲ କାପୁର ଅରୁଣ ଜେଟଲୀଙ୍କ ନିଧନରେ ଗଭୀର ଶୋକ ପ୍ରକାଶ କରବା ସହ ସେ ଜେଟଲୀଙ୍କୁ ଦେଖାହେବା ପରେ ତାଙ୍କ ପ୍ରଂସଶକ ଭାବେ ୨୦ବର୍ଷ ବିତିଯାଇଛି ଏବଂ ତାଙ୍କ ନିଧନ ଦେଶ ପାଇଁ ଏକ ବଡ଼ କ୍ଷତି ବୋଲି କହିଛନ୍ତି । ଗାୟକ ଅଦନାନ ସାମୀଙ୍କ ସହ ଅନେକ ବଲିଉଡ଼ ତାରକା ମଧ୍ୟ ଅରୁଣ ଜେଟଲୀଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

three × four =