ୟୁପିରେ କାହିଁକି ୧୫ କୋଟିର ଜମି କିଣିଲେ ଅମିତାଭ ଜାଣନ୍ତୁ…

ଉତ୍ତର ପ୍ରଦେଶର ମୁଜାଫର ନଗର ଗାଁ ଭିତରେ ୧୫ କୋଟି ଟଙ୍କାର ଜମି କିଣିଛନ୍ତି ବିଗ୍ ‘ବି’ ଅମିତାଭ ବଚ୍ଚନ । ଏଥଇରେ ଚାଷ ଜମି ସହ ଏକ ପକ୍କାର ଘର ମଧ୍ୟ ରହିଛି । ପୁଅ ଅଭିଷେକଙ୍କ ନାଁରେ ଥିବା ସରସ୍ୱତୀ ଏଣ୍ଟରଟେନ୍ମେଣ୍ଟ ଓ ବି-ସ୍ପୋର୍ଟସ ପ୍ରାଇଭେଟ୍ ଲିମିଟେଡ୍ ଏହି ଜମି କିଣିଛି । ପୂର୍ବରୁ ମଧ୍ୟ ଏହାର ନିକଟରେ ସେ ଜମି କିଣିଥିଲେ । ଯାହା ଜୟା ବଚ୍ଚନ ଓ ଅଭିଷେକଙ୍କ ନାମରେ କିଣା ଯାଇଥିଲା । ଭବିଷ୍ୟତରେ ଲକ୍ଷ୍ନୌରେ ଏକ ବଡ଼ ପ୍ରକଳ୍ପ କରିବାର ଯୋଜନା ରଖିଛନ୍ତି ଏହି ମେଗାଷ୍ଟାର ।
ତେବେ ଅମିତାଭଙ୍କ ଘର ହେଉଛି ଉତ୍ତର ପ୍ରଦେଶର ଅହ୍ଲାବାଦରେ । ପୂର୍ବରୁ ଏଠାରେ ତାଙ୍କର ମାତା ପିତା ରହୁଥିବାରୁ ତାଙ୍କର ଏହି ରାଜ୍ୟ ପ୍ରତି ଦୁର୍ବଳତା ରହିଛି । ବହୁ ପୂର୍ବରୁ ଅମିତାଭ ଏଠାରେ ଜମି କିଣି ଚାଷବାସ କରୁଛନ୍ତି । ଏମିତିକି ସେ ନିଜକୁ ଜଣେ ଚାଷୀ ଭାବେ ମଧ୍ୟ ଦର୍ଶାଇଥିଲେ ।

Share

Leave a Reply

Your email address will not be published. Required fields are marked *

15 − nine =