୧୪ବର୍ଷ ପର୍ୟ୍ୟନ୍ତ ଶୋଇରହିଥିଲେ ଲକ୍ଷ୍ମଣଙ୍କ ପତ୍ନୀ

ସୀତାଙ୍କୁ ରାବଣଙ୍କ କବଳରୁ ମୁକ୍ତି କରିବା ପାଇଁ ଘମାଘୋଟ ଯୁଦ୍ଧ ହୋଇଥିଲା । ଏହି ଯୁଦ୍ଧରେ ରାବଣଙ୍କୁ ଶ୍ରୀରାମଚନ୍ଦ୍ର ବଧ କରିବା ପୂର୍ବରୁ ରାବଣର ଭାଇ କୁମ୍ଭକର୍ଣ୍ଣ, ରାବଣଙ୍କ ପୁଅ ଇନ୍ଦ୍ରଜିତଙ୍କ ଭଳି ବହୁ ବଡବଡ ଯୋଦ୍ଧାଙ୍କୁ ମଧ୍ୟ ବଦ୍ଧ କରିବାକୁ ହୋଇଥିଲା ।

ରାବଣଙ୍କ ପୁଅ ଇନ୍ଦ୍ରଜିତ ସମସ୍ତଙ୍କଠାରୁ ଅଧିକ ଦୁର୍ଦ୍ଦଶ ଆଉ ଅପରାଜେୟ ଥିଲେ । ସେ ଲକ୍ଷ୍ମଣଙ୍କ ଉପରକୁ ନାଗପାଶ ଅସ୍ତ୍ର ପ୍ରୟୋଗ କରି ଲକ୍ଷ୍ମଣଙ୍କୁ ମୂର୍ଛିତ କରିଦେଇଦେଇଥିଲେ । ତେବେ ଯୁଦ୍ଧରେ ଇନ୍ଦ୍ରଜିତଙ୍କୁ ଲକ୍ଷ୍ମଣ ହିଁ ବଧ କରିଥିଲେ । ଇନ୍ଦ୍ରଜିତ ନିଜ ତପସ୍ୟା ବଳରେ ବହୁ ଦୈବୀ ବର ପ୍ରାପ୍ତ ହୋଇଥିଲେ । ସେହିସବୁ ବର ଅନୁସାରେ ଯିଏ ୧୪ ବର୍ଷ ଅନିଦ୍ରା ରହିବା ସହ ବ୍ରହ୍ମଚର୍ୟ୍ୟ ବ୍ରତ ପାଳନ କରିଥିବ ସେ ହିଁ ଇନ୍ଦ୍ରଜିତଙ୍କୁ ବଧ କରିପାରିବେ ।
ସଂଯୋଗକୁ ପ୍ରଭୁ ଶ୍ରୀରାମଚନ୍ଦ୍ର ଓ ମାତା ସୀତାଙ୍କ ସେବା କରିବା ଲାଗି ବନବାସ ସମୟରେ ଲକ୍ଷ୍ମଣ ୧୪ ବର୍ଷ ଧରି ଶୋଇନଥିଲେ । ଏଥି ସହ ସେ ଓପାସରେ ରହିବା ସହ ବ୍ରହ୍ମଚର୍ୟ୍ୟ ବ୍ରତ ପାଳନ କରିଥିଲେ । ଫଳରେ ସେ ଇନ୍ଦ୍ରଜିତଙ୍କୁ ବଧ କରିବାରେ ସକ୍ଷମ ହୋଇଥିଲେ ।

ମନରେ ନିଶ୍ଚୟ ପ୍ରଶ୍ନ ଉଙ୍କି ମାରିବ ଯେ, ଜଣେ ବ୍ୟକ୍ତି ୧୪ ବର୍ଷ ଧରି ଆହାର , ନିଦ୍ରା ଓ ମୈଥୁନଠାରୁ କିଭଳି ଦୂରେଇ ରହିପାରିଲା । ଆପଣ ଜାଣିଲେ ଆଶ୍ଚର୍ୟ୍ୟ ହେବେ ଯେ, ଲକ୍ଷ୍ମଣଙ୍କ ଭାଗର ଶୋଇବା କାମଟି ଅଯୋଧ୍ୟାରେ ଥିବା ତାଙ୍କ ପତ୍ନୀ ଉର୍ମୀଳା କରୁଥିଲେ ।

ଏବେ ପ୍ରଶ୍ନ ଉଠୁଛି ଯେ, ୧୪ ବର୍ଷ ଧରି ଯଦି ଉର୍ମୀଳା ନିଜ ଭାଗର ଶୋଇବା ସହ ଲକ୍ଷ୍ମଣଙ୍କ ଭାଗର ଶୋଇବା ମଧ୍ୟ ଶୋଉଥିଲେ ତାହେଲେ କେତେବେଳେ ୪ମାତାଙ୍କ ସେବା କରୁଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ବନବାସରେ ଆସିବା ପୂର୍ବରୁ ମା ସୀତା ଉର୍ମୀଳାଙ୍କୁ ବରଦେଇଥିଲେ ଯେ, ସେ ଏକାବେଳେ ୩ଟି କାମ କରିପାରିବେ ।

Share

Leave a Reply

Your email address will not be published. Required fields are marked *

2 + 5 =