ଜେଟଲୀଙ୍କୁ ନବୀନଙ୍କ ଶ୍ରଦ୍ଧାଂଜଳି

ନୂଆଦିଲ୍ଲୀ() ପୁର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଶ୍ରଦ୍ଧାଂଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯାଇଁ ଜେଟଲିଙ୍କୁ ଶ୍ରଦ୍ଧାଂଜଳି ଅର୍ପଣ କରିଛନ୍ତି । ପୂର୍ବରୁ ଟୁଇଟ କରି ମୁଖ୍ୟମନ୍ତ୍ରୀ କହିଥିଲେ ଜେଟଲି ଜଣେ ଦକ୍ଷ ପାର୍ଲାମେଣ୍ଟେରିଆନ ଓ ବିଜ୍ଞ ଆଇନଜୀବୀ ଥିଲେ ।

ଚିକିତ୍ସାଧୀନ ଅବସ୍ଥାରେ ଦିଲ୍ଲୀ ଏମ୍ସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଅରୁଣ । ଦେହାନ୍ତ ବେଳକୁ ଜେଟଲୀଙ୍କୁ ୬୬ ବର୍ଷ ବୟସ ହୋଇଥିଲା । ତେବେ ଅସୁସ୍ଥତା କାରଣରୁ ଗତ ୯ ତାରିଖରୁ ଏମ୍ସରେ ଭର୍ତ୍ତି ଚିକିତ୍ସିତ ହେଉଥିଲେ ଅରୁଣ । ଛାତିରେ ଯନ୍ତ୍ରଣା ହେଉଥିବାରୁ ତାଙ୍କୁ ହୃଦରୋଗ ବିଭାଗରେ ଭର୍ତ୍ତି କରାଯାଇଥିଲା । ଶେଷରେ ଆଜି ମଧ୍ୟାହ୍ନ ୧୨ଟା ୦୭ ମିନିଟ୍ରେ ତାଙ୍କର ପରଲୋକ ହୋଇଥିବା ନେଇ ଏମ୍ସ ପକ୍ଷରୁ ବୟାନ ଜାରି କରାଯାଇଥିଲା।

Share

Leave a Reply

Your email address will not be published. Required fields are marked *

four + eighteen =