ସହମତି ଅଭାବରୁ ଆସିପାରିଲାନି ଟ୍ରିପଲ ତଲାକ ବିଲ

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ତିନି ତଲାକ ବିଲ୍‌ ରାଜ୍ୟସଭାରେ ସହମତି ଆଭାବରୁ ମୌସୁମୀ ଅଧିବେଶନର ଶେଷ ଦିନରେ ମଧ୍ୟ ଗୃହରେ ଆଗତ ହୋଇପାରିନାହିଁ।ଆସନ୍ତା ଅଧିବେଶନରେ ଏହି ବିଲ୍‌କୁ ସଦନରେ ଉପସ୍ଥାପନ କରାଯିବ।

ଆଜି ଗୃହରେ ଏ ସମ୍ପର୍କରେ ସୂଚନା ଦେଇ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କିୟା ନାଇଡୁ କହିଛନ୍ତି “ ଟ୍ରିପଲ୍‌ ତଲାକ୍‌ ବିଲ୍‌ ଆଜି ଗୃହରେ ଉପସ୍ଥାପନ ହୋଇପାରିବ ନାହିଁ। କାରଣ ଏହି ବିଲ୍‌କୁ ନେଇ ସରକାର ଓ ବିରୋଧୀ ଦଳଗୁଡ଼ିକ ମଧ୍ୟରେ ସହମତି ହୋଇପାରି ନାହିଁ। ଆସନ୍ତା ଶୀତ ଅଧିବେଶନରେ ଏହା ଗୃହରେ ଉପସ୍ଥାପିତ ହେବ। ସେତେବେଳକୁ ସହମତି ହୋଇ ସାରିଥିବ ବୋଲି ଆଶା।”

କେନ୍ଦ୍ର ସରକାର ମୁସଲିମ୍‌ ସଂପ୍ରଦାୟରେ ପ୍ରଚଳିତ ତିନ୍‌ ତଲାକ୍‌ ବ୍ୟବସ୍ଥାକୁ ବେଆଇନ୍‌ ଦର୍ଶାଇବାକୁ ଏକ ବିଲ୍‌ ଆଣିଛନ୍ତି। ଏହି ବିଲ୍‌ ଲୋକସଭାରେ ପାସ୍‌ ହୋଇ ସାରିଥିବା ବେଳେ ବିରୋଧୀ ଏଥିରେ କେତେକ ସଂଶୋଧନ ଦାବି କରିବାରୁ ଏହା ରାଜ୍ୟସଭାରେ ପାସ୍‌ ହୋଇପାରି ନାହଁି ା ଅନ୍ୟପକ୍ଷରେ ଆସନ୍ତା ଅଧିବେଶନ୍‌ ଯାଏ ଅପେକ୍ଷା ନ କରି କେନ୍ଦ୍ର ସରକାର ଏହି ଟ୍ରିପଲ୍‌ ତଲାକ୍‌ ବିଲ୍‌କୁ କାର୍ଯ୍ୟକାରୀ କରିବା ପାଇଁ ଏକ ଅଧ୍ୟାଦେଶ ଆଣିବେ ବୋଲି ଜଣାପଡ଼ିଛି।

Share

Leave a Reply

Your email address will not be published. Required fields are marked *

3 × three =