ଲର୍ଡସ୍‌ ଟେଷ୍ଟର ଦ୍ବିତୀୟ ଦିନରେ ଭାରତକୁ ପ୍ରାରମ୍ଭିକ ଝଟକା

ଲଣ୍ଡନ୍‌:  ଲର୍ଡସ୍‌ ଟେଷ୍ଟ୍‌ରେ ଦ୍ବିତୀୟ ଦିନର ଆରମ୍ଭରେ ଇଂଲଣ୍ଡ ଓପନ୍‌ର ମୁରଲୀ ବିଜୟଙ୍କୁ ଖାତା ଖୋଲିବା ଆଗରୁ ପ୍ୟାଭିଲିୟନ୍‌ ପଠାଇ ଭାରତକୁ ଜବରଦସ୍ତ ଝଟ୍‌କା ଦେଇଛି। ବର୍ଷା ଯୋଗୁ ଲର୍ଡସ୍‌ରେ ହେବାକୁ ଥିବା ଦ୍ୱିତୀୟ ଟେଷ୍ଟ୍‌ର ପ୍ରଥମ ଦିନର ମଯାଚ ସଂପୂର୍ଣ୍ଣ ଧୋଇ ଯାଇଥିଲା। ଆଜି ବର୍ଷା ଛାଡ଼ିଥିବାରୁ ନିର୍ଦ୍ଧାରିତ ସମୟରେ ଟସ୍‌ ପଡ଼ିଥିଲା। ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ ଟସ୍‌ ଜିତି ଓଦା ଗ୍ରାଉଣ୍ଡ୍‌ର ଫାଇଦା ଉଠାଇବାକୁ ବୋଲିଂ ନିଷ୍ପତ୍ତି ନେଇଥିଲେ। ପେସ୍‌ ବୋଲର୍‌ ଜେମ୍ସ ଆଣ୍ଡରସନ୍‌ ନିଷ୍ପତିକୁ ସଠିକ୍‌ ସାବ୍ୟସ୍ତ କରି ପ୍ରଥମ ଓଭରରେ ହିଁ ମୁରଲୀ ବିଜୟଙ୍କୁ କ୍ଲିନ୍‌ ବୋଲ୍ଡ କରିଦେଇଥିଲେ।ଆଜି  ଶିଖର ଧୱନଙ୍କ ବଦଳରେ ପୂଜାରା ପଡ଼ିଆକୁ ଓହ୍ଲାଇଛନ୍ତି  ଓ ପେସ୍‌ ବୋଲର୍‌ ଉମେଶ ଯାଦବଙ୍କ ସ୍ଥାନରେ ଚାଇନାମ୍ୟାନ୍‌ କୁଲଦୀପ ଯାଦବଙ୍କୁ ଚୂଡ଼ାନ୍ତ ଲାଇନ୍‌ ଅପ୍‌ରେ ସାମିଲ କରାଯାଇଛି।ସେହିଭଳି ୫ଟିକିଆ ସିରିଜ୍‌ରେ ୧-୦ରେ ଆଗୁଆ ଥିବା ଇଂଲଣ୍ଡ ମଧ୍ୟ ଦଳରେ ଦୁଇଟି ପରିବର୍ତ୍ତନ କରିଛି। ଷ୍ଟୋକ୍ସଙ୍କ ସ୍ଥାନରେ ୱକ୍ସ ଖେଳୁଥିବା ବେଳେ ମାଲାନ୍‌ଙ୍କ ସ୍ଥାନରେ ନବାଗତ ଓଲି ପୋପ୍‌ଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିଛି।

Share

Leave a Reply

Your email address will not be published. Required fields are marked *

3 × three =