ଆଜିଠୁ ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ

ଓଭାଲ: ଆଜିଠୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ ଚତୁର୍ଥ ଟେଷ୍ଟ । ୫ ମ୍ୟାଚ ବିଶିଷ୍ଟ ସିରିଜ ଏବେ ୧-୧ରେ ବରାବର ରହିଛି । ପ୍ରଥମ ମ୍ୟାଚଟି ବର୍ଷା ଲାଗି ଡ୍ର ରହିଥିବା ବେଳେ ଦ୍ୱିତୀୟ ମ୍ୟାଚଟି ଭାରତ ଜିତିଥିଲା । ତେବେ ତୃତୀୟ ମ୍ୟାଚରେ ନୈରାଶ୍ୟଜନକ ବ୍ୟାଟିଂ ଲାଗି ଭାରତକୁ ପରାଜୟ ବରଣ କରିବାକୁ ପଡ଼ିଥିଲା । ତେବେ ଆଜିର ମ୍ୟାଚରେ ଭାରତ ଭଲ ପ୍ରଦର୍ଶନ କରିବା ସହ ସିରିଜକୁ ଫେରିବା ଲାଗି ଚେଷ୍ଟା କରିବ । ତେବେ ଆଜି ଭାରତୀୟ ଏକାଦଶ ଦଳରେ କାହାକୁ ସ୍ଥାନ ମିଳୁଛି ତାଉପରେ ରହିଛି ସମସ୍ତଙ୍କ ନଜର ।

ଚେତେଶ୍ୱର ପୂଜାରାଙ୍କୁ ମଧ୍ୟ ଚୂଡ଼ାନ୍ତ ଏକାଦଶରୁ ବାଦ୍ ଦେବା ଉପରେ ଜୋର୍ ଦିଆଯାଉଥିଲେ ହେଁ ଗତ ଟେଷ୍ଟ୍ରେ ତାଙ୍କ ୯୧ ରନ୍ର ଇନିଂସ ତାଙ୍କ ସ୍ଥାନକୁ ସୁରକ୍ଷିତ କରିବାରେ ସହାୟକ ହୋଇଛି ବୋଲି କୁହାଯାଇପାରେ । ସେହିପରି ବୋଲର୍ମାନଙ୍କ ପାଇଁ ଇଂଲିଶ୍ ଅଧିନାୟକ ଜୋ ରୁଟ୍ ପ୍ରାଚୀର ସାବ୍ୟସ୍ତ ହୋଇଥିବା ବେଳେ କ୍ରମାଗତ ଭାବେ ୩ଟି ଶତକ କରିସାରିଛନ୍ତି । ତେଣୁ ରୁଟ୍ଙ୍କ ପାଇଁ ଅଶ୍ୱିନ୍ଙ୍କୁ ଦଳକୁ ଫେରାଇ ଆଣିଲେ, ଉଭୟଙ୍କ ମଧ୍ୟରେ ବେଶ୍ ରୋମାଞ୍ଚକର ଟକ୍କର ହେବାର ଆଶା ରହିଛି । ଅନ୍ୟପକ୍ଷରେ ଇଂଲଣ୍ଡ ପାଇଁ ଗତ ମ୍ୟାଚ୍ରେ ଡେୱିଡ୍ ମାଲାନ୍ ପ୍ରତ୍ୟାବର୍ତ୍ତନରେ ଚମକିଥିଲେ । ସେହିପରି ମାର୍କ ଉଡ୍ଙ୍କ ଜବରଦସ୍ତ ପେସ୍ ଓ କ୍ରିସ୍ ଓକ୍ସଙ୍କ ସୁଇଂ ବଲ୍ ଭାରତୀୟଙ୍କ ପାଇଁ ବଡ଼ ଚାଲେଞ୍ଜ୍ ସୃଷ୍ଟି କରିବ ।

Share

Leave a Reply

Your email address will not be published. Required fields are marked *

15 + 7 =