୪୬ ତମ ରାଷ୍ଟ୍ରପତି ଭାବରେ ବିଡେନଙ୍କ ନାମ ଘୋଷଣା କଲା ଡେସ୍କ ଏଚକ୍ୟୁ

ନୂଆଦିଲ୍ଲୀ()  ଆମେରିକୀୟ ରାଷ୍ଟ୍ରପତି ନିର୍ବାଚନ ସମାପ୍ତ ହୋଇନଥିବା ବେଳେ ଜୋ ବିଡେନଙ୍କୁ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ଭାବରେ ଘୋଷଣା କରିଛି ଏକ ମାଗାଜିନ । ଡେସ୍କ ଏଚକ୍ୟୁ ନାମକ ମାଗାଜିନ ବିଡେନଙ୍କ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ଭାବରେ ଘୋଷଣା କରିଛି । ସରକାରୀ ଭାବରେ କିଛି ଘୋଷଣା କରାଯାଇନଥିବା ବେଳେ ଏହି ମାଗାଜିନର ଘୋଷଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବରେ ବିଡେନଙ୍କ ନାମ ଘୋଷଣା କରିଛି ଏହି ମାଗାଜିନ ।

ଉଲ୍ଲେଖଯୋଗ୍ୟ ଯେ, ୨୬୪ ଇଲେକ୍ଟୋରାଲ ଭୋଟ ସହିତ ବିଡେନ ରାଷ୍ଟ୍ରପତି ଦୌଡରେ ଆଗୁଆ ରହିଥିବା ବେଳେ ନେଭେଡା ଜର୍ଜିଆ ଏବଂ ପେନସିଲଭାନିଆରେ ଅଗ୍ରଣୀ ହାସଲ କରିଛନ୍ତି । ଏହି ଆସନକୁ ମିଶାଇଲେ ବିଡେନ ଆମେରିକାର ରାଷ୍ଟ୍ରପତି ହେବା ଆପାତତଃ ସ୍ପଷ୍ଟ । ତେବେ ଆନୁଷ୍ଠାନିକ ଘୋଷଣା ପୂର୍ବରୁ ଏପରି ଖବର ପ୍ରକାଶନ ବିତର୍କ ସୃଷ୍ଟି କରିଛି ।

Share

Leave a Reply

Your email address will not be published. Required fields are marked *

4 × 5 =