ପ୍ରଦୀପ ପାଣିଗ୍ରାହୀ କାହିଁକି ଜନବିରୋଧୀ, ଜାଣନ୍ତୁ …

 ଭୁବନେଶ୍ବର()   ପରିସ୍ଥିତିରେ ସାରା ରାଜ୍ୟ ପ୍ରଭାବିତ ହୋଇଥିବା ବେଳେ ସର୍ବାଧିକ ପ୍ରଭାବିତ ହୋଇଥିଲା ଗଂଜାମ । ପରିସ୍ଥିତିକୁ ଦେଖି ଗଂଜାମରେ ଲକଡାଉନକୁ ସଂପ୍ରସାରିତ କରାଯାଇଥିଲା । ଲୋକଙ୍କ ଜୀବନଜୀବିକା ପ୍ରଭାବିତ ହୋଇଥିଲା । ପୂରା ଗଂଜାମ ସାରା ରାଜ୍ୟ ଠାରୁ ବିଚ୍ଛିନ୍ନ ହୋଇଥିଲା । କାରଣ ଏହାଥିଲା କରୋନା ହଟସ୍ପଟ । ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ କରୋନା ଥିଲା ପିକରେ । ବହୁ ସଂଖ୍ୟାରେ ସରକାରୀ ଅଧିକାରୀ ଓ କୋଭିଡ ଯୋଦ୍ଧାମାନେ ପରିସ୍ଥିତିର ମୁକାବିଲା କରୁଥିଲେ । ବରିଷ୍ଠ ଅଧିକାରୀମାନେ ଦୈନିକ ଜୀବନ ହାରୁଥିଲେ । ପରିସ୍ଥିତିର ମୁକାବିଲା ପାଇଁ ସରକାର ଅଧିକ ଆଇସିୟୁ ଓ ଭେଣ୍ଟିଲେଟରର ବ୍ୟବସ୍ଥା କରିଥିଲେ । ଆଦିତ୍ୟ ଅଶ୍ବିନୀ ହସ୍ପିଟାଲ ରାତାରାତି ଅଧିଆ ଆରମ୍ଭ କଲା କୋଭିଡ ଚିକିତ୍ସା । ଅଙ୍ଗନୱାଡି କର୍ମୀଙ୍କଠାରୁ ସରପଂଚ ଓ ଏସଏଚଜି ମହିଳାମାନେ ନିଜ ଜୀବନକୁ ବାଜି ଲଗେଇ ସେବା କରୁଥିଲେ । ଏଭଳି ସ୍ଥିତିରେ ଜଣେ ସାଧାରଣ ଲୋକ ଜନପ୍ରତିନିଧିଙ୍କ ଠାରୁ ଅନେକ କିଛି ଆଶା ରଖିଥାନ୍ତି । ଜନପ୍ରତିନିଧି ନିଜର ପ୍ରତିଶୃତି ମୁତାବକ ଲୋକଙ୍କ ସହ ରହିବା ପରିବର୍ତ୍ତେ ଚାର୍ଟର ଫ୍ଲାଇଟରେ ବୁଲୁଥିଲେ । କରୋନାରେ ଲୋକେ ଖାଦ୍ୟ ପାଇଁ ସଂଗ୍ରାମ କରୁଥିଲା ବେଳେ ସେ ପଞ୍ଚତାରକା ହୋଟେଲର ମଖମଲ ଗଦିରେ ବିତାଉଥିଲେ ସମୟ । ନିଜ ନିର୍ବାଚନମଣ୍ଡଳୀର ଲୋକଙ୍କୁ ଠକି ସେମାନଙ୍କ ଠାରୁ ଚାକିରୀ ନାଁରେ ଲାଞ୍ଚ ଆଦାୟ କରୁଥିଲେ । ଏମିତି ଅନେକ ଅଭିଯୋଗ ଆସିଛି ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ । 

ଲୋକଙ୍କ ଦୁର୍ଦିନରେ ପାଠକ ପରିବାର ସହ ଚାର୍ଟର ଫ୍ଲାଇଟରେ ଯାଇ ମୁମ୍ବାଇର ତାଜ ହୋଟେଲରେ ପ୍ରଦୀପ ପାଣିଗ୍ରାହୀ କରୁଥିଲେ ମଜା । ଅଗଷ୍ଟ ମାସରେ କରୋନା ଗଂଜାମରେ ପିକରେ ଥିବା ବେଳେ ସେ ମୁମ୍ବାଇ ହୋଟେଲ ତାଜରେ ୮୪ ଲକ୍ଷ ଟଙ୍କା ଉଡାଇଛନ୍ତି । ସେହିଭଳି ପାଠକ ପରିବାର ସହ ମଉଜରେ ଦିଲ୍ଲୀ ତାଜ ପ୍ୟାଲେସରେ ମଧ୍ୟ ଲକ୍ଷଲକ୍ଷ ଟଙ୍କା ପାଣି ଭଳି ଖର୍ଚ୍ଚ କରିଛନ୍ତି । ଜଣେ ଜନପ୍ରତିନିଧିଙ୍କ ଏଭଳି କାର୍ଯ୍ୟ ଲଜ୍ଜାଜନକ ଓ ଏହା ତାଙ୍କର ଜନବିରୋଧୀ କାର୍ଯ୍ୟର ପର୍ଦ୍ଦାଫାସ କରିଛି । ଅଗଷ୍ଟର କ୍ରାଇସିସ ସମୟରେ ପୂରା ଗଂଜାମ ପ୍ରଶାସନ ଓ ଅନ୍ୟ ଜନପ୍ରତିନିଧିମାନେ ଦିନରାତି ଏକ କରି ସେବା କରୁଥିବା ସମୟରେ ପ୍ରଦୀପ ପାଣିଗ୍ରାହୀ ପାଠକ ପରିବାର ବିତାଉଥିଲେ ବିଳାଶପୂର୍ଣ୍ଣ ଜୀବନ । ଏଭଳି କାର୍ଯ୍ୟ ଜଣେ ଜନପ୍ରତିନିଧିଙ୍କ ଭୂମିକାକୁ ପରିହାସ କରୁଛି । ଏହା ହେଉଛି ପ୍ରଦୀପ ପାଣିଗ୍ରାହୀଙ୍କ ଜନବିରୋଧୀ କାର୍ଯ୍ୟର ଆଉ ଏକ ନମୂନା । 

କେବଳ ଅଗଷ୍ଟ ମାସରେ ପ୍ରଦୀପ ପାଣିଗ୍ରାହୀ ପାଠକ ପରିବାର ସହ ୫ ଥର ଚାର୍ଟର ଫ୍ଲାଇଟରେ ଗସ୍ତ କରିଛନ୍ତି । ଅଗଷ୍ଟ ୫ରେ ପୁଣେରୁ ପଟଣା ଯାଇଥିଲେ ଏବଂ ସେହିଦିନ ପାଟଣାରୁ ଭୁବନେଶ୍ବର ଫେରିଛନ୍ତି । ଅଗଷ୍ଟ ୨୩ ତାରିଖରେ ପୁଣି ଥରେ ପୁଣେରୁ ଭୁବନେଶ୍ବର ଆସିଛନ୍ତି ଚାର୍ଟର ଫ୍ଲାଇଟରେ । ସେହିଭଳି ଅଗଷ୍ଟ ୨୬ରେ ମୁମ୍ବାଇରୁ ଦିଲ୍ଲୀ ଏବଂ ଅଗଷ୍ଟ ୨୮ରେ ଦିଲ୍ଲିରୁ ଭୁବନେଶ୍ବର ଆସିଛନ୍ତି ସେହି ଚାର୍ଟର ଫ୍ଲାଇଟରେ । 

ଏବେ ଆସନ୍ତୁ ଦେଖିବା ପ୍ରଦୀପଙ୍କ ଜନବିରୋଧୀ କାର୍ଯ୍ୟର ଆଉ ଏକ ପ୍ରମାଣ । ନିଜ ଜିଲ୍ଲା ଗଂଜାମ ଲୋକଙ୍କୁ ଆକାଶ ପାଠକଙ୍କ ସହ ମିଶି ଠକିଛନ୍ତି ପ୍ରଦୀପ । ସେ ଓ ଆକାଶ ମିଳିତ ଭାବେ ଚଳାଇଥିଲେ ମିଛ ଚାକିରୀର ବିରାଟ ରାକେଟ । ଆକାଶଙ୍କୁ ଟାଟା କମ୍ପାନୀର ଏମଡି ଥିବା ଦର୍ଶାଇ ଲୋକଙ୍କୁ ଚାକିରୀ ଦେବା ନାଁରେ ଲୁଟିଛନ୍ତି ଲକ୍ଷଲକ୍ଷ ଟଙ୍କା । ଯେଉଁ ଲୋକେ ତାଙ୍କୁ ଭୋଟ ଦେଇ ବିଧାୟକ ଭାବେ ନିର୍ବାଚିତ କରିଥିଲେ ତାଙ୍କ ପ୍ରତି ସେ ବିଶ୍ୱାସଘାତକତା କରିଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀ ପ୍ରଦୀପଙ୍କୁ ଅତି ସଚେତନତାର ସହ ଜନ ବିରୋଧୀ ବୋଲି କହିଛନ୍ତି । କାରଣ ରୋମ ଜଳୁଥିବା ବେଳେ ନେରୋଙ୍କ ବଂଶୀବାଦନ ପରି ଗଂଜାମକୁ କରୋନା ଗ୍ରାସ କରିଥିବା ସମୟରେ ପ୍ରଦୀପ ମଉଜ ମଜଲିସ କରୁଥିଲେ ।

Share

Leave a Reply

Your email address will not be published. Required fields are marked *

4 + 14 =