ଓଡ଼ିଶା ଇନଫ୍ରାଟେକର ନିର୍ଦ୍ଦେଶକ ନିହାର ଭୂୟାଁଙ୍କୁ ନୋଟିସ୍

ଖୋର୍ଦ୍ଧା() ସାରୁଅ ଜମି କେଳେଙ୍କାରୀ ମାମଲାରେ ବୈଜୟନ୍ତ ପଣ୍ଡା ଓ ଜଗି ମଙ୍ଗତ ପଣ୍ଡାଙ୍କ କଂପାନୀ ଓଡ଼ିଶା ଇନଫ୍ରାଟେକର ଆଉ ଜଣେ ନିର୍ଦ୍ଦେଶକଙ୍କୁ ନୋଟିସ୍‌ କରାଯାଇଛି । ନିର୍ଦ୍ଦେଶକ ନିହାର ଭୂୟାଁଙ୍କୁ ପଚରାଉଚରା ପାଇଁ ନୋଟିସ୍‌ ଜାରି କରିଛି କ୍ରାଇମ୍‌ବ୍ରାଞ୍ଚ୍‌ । ନିହାର ଭୂୟାଁ ଓଡ଼ିଶା ଇନ୍‌ଫ୍ରାଟେକ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ନିର୍ଦ୍ଦେଶକ ସହ ଓଟିଭିର ସିଇଓ ଭାବେ କାର୍ୟ୍ୟରତ ଅଛନ୍ତି । ପୂର୍ବରୁ ୨ ନିର୍ଦ୍ଦେଶକଙ୍କୁ କ୍ରାଇମ୍‌ବ୍ରାଞ୍ଚ୍‌ ପଚରାଉଚରା କରିଥିଲା । ମନୋରଞ୍ଜନ ଷଡ଼ଙ୍ଗୀ ଓ ବିଭୁ ରଥଙ୍କୁ ଜେରା କରିସାରିଛି କ୍ରାଇମବ୍ରାଞ୍ଚ । ଜେରା ପରେ ମନୋରଞ୍ଜନଙ୍କୁ ଗିରଫ ମଧ୍ୟ କରାଯାଇଛି । ତେବେ ଗିରଫ ହେବା ପରେ ମନୋରଞ୍ଜନ ନିଜ ଚାକିରିରୁ ଇସ୍ତଫା ଦେଇଛନ୍ତି ।

ସେପଟେ ସପ୍ତମ ଦିନରେ ସାରୁଅ ଠିକା କମର୍ଚାରୀଙ୍କ ଧାରଣା । ୫ ଦଫା ଦାବିରେ ଅନ୍ଦୋଳନ ଜାରି ରଖିଛନ୍ତି ପୁରୁଷ ଓ ମହିଳା ଠିକା କର୍ମଚାରୀ । ରବି ସେଠିକୁ ଜମି ବିକିଥିବା ୨୨ ଜଣଙ୍କୁ କ୍ରାଇମବ୍ରାଞ୍ଚ ଋଙଡ ନୋଟିସ କରିଛି । ଆସନ୍ତା ୯ ତାରିଖରେ ଖୋର୍ଦ୍ଧା ଜିଲ୍ଲା ଜଜ୍‌ କୋର୍ଟରେ ହାଜର ହୋଇ ସେମାନେ ପକ୍ଷ ରଖିବେ ।

Share

Leave a Reply

Your email address will not be published. Required fields are marked *

4 × one =