ଅଡୁଆରେ କର୍ଣ୍ଣାଟକା ସରକାର

ବେଙ୍ଗାଲୁରୁ()  କର୍ଣ୍ଣାଟକା ଗଠବନ୍ଧନରେ ହୋଇଥିବା ସରକାରକୁ ଜବଦଦସ୍ତ ଝଟକା। ଇସ୍ତଫା ଦେବାକୁ ପହଞ୍ଚିଲେ ୧୨ ବିଧାୟକ । କଂଗ୍ରେସର ୯ ବିଧାୟକ ଓ ଜେଡିଏସର ୩ ବିଧାୟକ ଇସ୍ତଫା ଦେଇପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । କିନ୍ତୁ ବାଚସ୍ପତି ନଥିବାରୁ ଇସ୍ତଫା ଗ୍ରହଣ ହୋଇ ପାରିନି। ଇସ୍ତଫା ପଛର କାରଣ ଏଯାଏ ସ୍ପଷ୍ଟ ହୋଇନାହିଁ।

ତେବେ ଗତ କିଛି ଦିନ ହେବ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ.ଡି କୁମାରସ୍ୱାମୀ ବିଦେଶ ଗସ୍ତରେ ଅଛନ୍ତି । ଆଉ ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିରେ ବିଧାୟକମାନେ ଇସ୍ତଫା ଦେଉଛନ୍ତି । ଯାହା କୁମାରସ୍ୱାମୀ ସରକାରର ସଂଖ୍ୟା ଗରିଷ୍ଠତା ଉପରେ ସଙ୍କଟ ଆଣିଛି ।

୨୦୧୮ରେ ହୋଇଥିବା କର୍ଣ୍ଣାଟକା ବିଧାନସଭା ନିର୍ବାଚନରେ ମୋଟ ୨୨୫ ଆସନରୁ କଂଗ୍ରେସ ୮୦ଟି ଆସନ, ଜେଡିଏସ ୩୭ଟି ଆସନରେ ବିଜୟୀ ହୋଇଥିବା ବେଳେ ବିଜେପି ଜଣେ ସ୍ୱାଧୀନ ପ୍ରାର୍ଥୀ ସହ ୧୦୫ଟି ଆସନରେ ବିଜୟୀ ହୋଇଥିଲା। ସରକାର ଗଢ଼ିବା ପାଇଁ ୧୧୩ ରହିଛି ମ୍ୟାଜିକ ନମ୍ୱର। କଂଗ୍ରେସ ଓ ଜେଡିଏସ ପାଖରେ ମୋଟ ୧୧୪ ଜଣ ବିଧାୟକ ରହିଛନ୍ତି। ଯଦି ଏବେ ଏହି ୮ ବିଧାୟକଙ୍କ ଇସ୍ତଫା ଗୃହୀତ ହୁଏ ତାହାଲେ ମେଣ୍ଟ ସରକାରର ସଂଖ୍ୟା ଆସି ୧୦୬ରେ ପହଞ୍ଚିବ।ଏହି ସମୟରେ ବିରୋଧୀ ଦଳ ବିଜେପି ଯଦି ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପାଇଁ ପ୍ରମାଣ ମାଗେ ତାହଲେ ମେଣ୍ଚ ସରକାର ପାଖରେ ମୋଟ ୧୦୬ ଜଣ ବିଧାୟକ ରହିବେ। ଯାହାକି ମ୍ୟାଜିକ ନମ୍ୱରଠୁ ଦୂରରେ। ଏହି ସ୍ଥିତିରେ ଝୁଲା ବିଧାନସଭା ସ୍ଥିତି ଉପୁଜିବାର ସମ୍ଭାବନା ରହିଛି ଏବଂ ଆଗାମୀ ଦିନରେ ରାଷ୍ଟ୍ରପତି ଶାସନ ମଧ୍ୟ ଲାଗୁ ହୋଇପାରେ।

Share

Leave a Reply

Your email address will not be published. Required fields are marked *

10 + 13 =