କଲେଜରେ ବାୟୋମେଟ୍ରିକ ବ୍ୟବସ୍ଥା ଶିକ୍ଷାର ମାନ ବୃଦ୍ଧିରେ ସହାୟକ ହେବ

ଭୁବନେଶ୍ବର (): ରାଜ୍ୟର ୪୯୦ଟି ଜୁନିୟର କଲେଜରେ ଲାଗିବ ବାୟୋମେଟ୍ରିକ ମେସିନ। ଯାଞ୍ଚ ହେବ ଅଧ୍ୟାପକଙ୍କ ପ୍ରବେଶ ଓ ପ୍ରସ୍ଥାନ ସମୟ । ଅଧ୍ୟାପକମାନେ କଲେଜରେ 7ଘଣ୍ଟା ରହୁଛନ୍ତି ନା କୋଚିଂ ସେଣ୍ଟର ଓ ଘରୋଇ ଟ୍ୟୁସନରେ ଅଧିକ ସମୟ ଦେଉଛନ୍ତି । ତାର ଜାଞ୍ଚ ହେବ । ରାଜ୍ୟ ସରକାର ଶିକ୍ଷାର ମାନବୃଦ୍ଧି ପାଇଁ ଯୋଜନା ପରେ ଯୋଜନା ପ୍ରସ୍ତୁତ କରୁଥିବା ବେଳେ ଅଧ୍ୟାପକମାନେ କଲେଜରେ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନରେ କମ ରାଜନୀତିରେ ବେଶି ମାତୁଛନ୍ତି । ଏହାଦ୍ବାରା ପରୀକ୍ଷା ଫଳ ଖରାପ ହେଉଛି । ଏହାକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅଧ୍ୟାପକଙ୍କ ପାଇଁ ବାୟୋମେଟ୍ରିକ ବ୍ୟବସ୍ଥା ଲାଗୁ କରିବାକୁ ନିଷ୍ପତ୍ତି ନେଇଛି ।

ନିର୍ଦ୍ଧିଷ୍ଟ ସମୟରେ ନାମଲେଖା, ପାଠପଢା, ପରୀକ୍ଷା ପରିଚାଳନା ଓ ଖାତାଦେଖା ଆଦି ପ୍ରକ୍ରିୟା ଶେଷ ହେବ । ଶିକ୍ଷାନୁଷ୍ଠାରେ ଶିକ୍ଷାର ମାନବୃଦ୍ଧି ସହ ଶୈଖୀକ ବାତାବରଣ ସୃଷ୍ଟି ପାଇଁ ଉଚ୍ଚଶିକ୍ଷା ବିଭାଗ ଏଭଳି ନିଷ୍ପତ୍ତି ନେଇଛି । ଅଧ୍ୟାପକମାନେ ନିୟମିତ କ୍ଲାସ କଲେ ଛାତ୍ରଛାତ୍ରୀମାନେ ପାଠରେ ଧ୍ୟାନ ଦେବେ ଓ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ହେବ । ବହୁ ଅଧ୍ୟାପକ କଲେଜରେ ଗୋଟିଏ ଦୁଇଟି କ୍ଲାସ ସାରିଦେଇ କୋଚିଂ ସେଣ୍ଟରରେ ସମୟ ଦେଉଥିଲେ । ଏହାଦ୍ବାରା କେବଳ ଓ କେବଳ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ପ୍ରଭାବିତ ହେଉଥିଲା । ସେମାନେ ପାଠପଢା ଛାଡି ଅନ୍ୟାନ ଅଶିକ୍ଷା ଆଡେ ଢଳୁଥିଲେ ।

ଉଚ୍ଚଶିକ୍ଷା ବିଭାଗର ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି । ଶିକ୍ଷାବିତ ଓ ବିଭିନ୍ନ କଲେଜର ଛାତ୍ରଛାତ୍ରୀମାନେ ଏହାକୁ ସ୍ବାଗତ କରିଛନ୍ତି । ଅଭିଭାବକମାନେ ମଧ୍ୟ ଉଚ୍ଚଶିକ୍ଷା ପ୍ରତି ବିଭାଗର ଏଭଳି କାର୍ଯ୍ୟକୁ ପ୍ରଶଂସା କରାଯାଇଛି । ବର୍ଷ ବର୍ଷ ଧରି ଉଚ୍ଚଶିକ୍ଷା ପ୍ରତି ଦୃଷ୍ଟି ଦିଆଯାଉନଥିବା ବେଳେ ଏବେ ଏଦିଗରେ କିଛିଟା ଅଗ୍ରଗତି ରାଜ୍ୟରେ ଶିକ୍ଷାଦାନର ମାନ ଓ ଛାତ୍ରଛାତ୍ରୀଙ୍କ ଉଜ୍ବଳ ଭବିଷ୍ୟତ ପାଇଁ ସହାୟକ ହେବ ବୋଲି କିଛି ଶିକ୍ଷାବିତ ମତପ୍ରକାଶ କରିଛନ୍ତି । ଉଚ୍ଚଶିକ୍ଷାରେ ସଂସ୍କାର ପାଇଁ ବିଭାଗର ପକ୍ଷରୁ ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ହୋଇଥିବା ବେଳେ ଆଗାମୀ ଦିନରେ ବାୟୋମେଟ୍ରିକ୍ ସହ ଖାଲିଥିବା ଅଧ୍ୟକ୍ଷ ଓ ଅଧ୍ୟାପକ ପଦବୀ ପୂରଣ, ମହାବିଦ୍ୟାଳୟଗୁଡିକରେ ଆବଶ୍ୟକ ଭିତ୍ତିଭୂମିର ବିକାଶ ଏବଂ ଏକ ଶୈକ୍ଷିକ ପରିବେଶ ସୃଷ୍ଟି କରିବା ଦିଗରେ ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିବା ଜଣାପଡିଛି ।

Share

Leave a Reply

Your email address will not be published. Required fields are marked *

two × four =