ପ୍ରଧାନମନ୍ତ୍ରୀଙ୍କ ବାତ୍ୟା କ୍ଷୟକ୍ଷତି ସମୀକ୍ଷା ଶେଷ

ଭୁବନେଶ୍ୱର: ଭୁବନେଶ୍ବରରେ ବାତ୍ୟା କ୍ଷୟକ୍ଷତି ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ । ପାଖାପାଖି ଘଣ୍ଟାଏ ଧରି ଚାଲିଥିବା ଏହି ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଦୁଇ କେନ୍ଦ୍ରମନ୍ତ୍ରୀ ମଧ୍ୟ ସାମିଲ ହୋଇଥିଲେ ।ବୈଠକର ସମାପ୍ତି ପରେ ଏରିଏଲ ସର୍ଭେରେ ଯିବେ ପ୍ରଧାନମନ୍ତ୍ରୀ । ବାଲେଶ୍ବର ଓ ଭଦ୍ରକରେ ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ସହ କ୍ଷୟକ୍ଷତି ବିଷୟରେ ଅନୁଧ୍ୟାନ କରିବେ ।

ବାତ୍ୟା ୟାସ’ କ୍ଷୟକ୍ଷତିର ଅନୁଧ୍ୟାନ ପାଇଁ ପ୍ରଧାନମନ୍ତ୍ରୀ ସ୍ୱତନ୍ତ୍ର ବିମାନ ଯୋଗେ ବାତ୍ୟା ପ୍ରଭାବିତ ଅଞ୍ଚଳର ଏରିୟଲ ସର୍ଭେ କରିବେ । ବାତ୍ୟାରେ ସର୍ବାଧିକ ପ୍ରଭାବିତ ହୋଇଥିବା ବାଲେଶ୍ୱର ଭଦ୍ରକର ସ୍ଥିତି ଆକାଶ ମାର୍ଗରୁ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ । ବାତ୍ୟାଂଚଳ ଦେଖିବା ସହ ସ୍ଥିତିର ସମୀକ୍ଷା କରିବେ ମୋଦୀ । ଏହାପରେ ପଶ୍ଚିମବଙ୍ଗ ଯାଇ ସେଠାରେ ମଧ୍ୟ ବାତ୍ୟା ସ୍ଥିତି ଅନୁଧ୍ୟାନ କରିବେ ପ୍ରଧାନମନ୍ତ୍ରୀ ।

Share

Leave a Reply

Your email address will not be published. Required fields are marked *

16 − 4 =