ଏସସି ଏସଟି କର୍ମଚାରୀଙ୍କ ପଦୋନ୍ନତି ପାଇଁ ସୁପ୍ରିମକୋର୍ଟଙ୍କ ସବୁଜ ସଙ୍କେତ

ନୂଆଦିଲ୍ଲୀ () ତଫସିଲଭୁକ୍ତ ଜାତି ଓ ଜନଜାତିର କର୍ମଚାରୀମାନଙ୍କୁ ଆଇନ ଅନୁଯାୟୀ ପଦୋନ୍ନତି ଦେବାକୁ ଆଜି ସୁପ୍ରିମ କୋର୍ଟ କେନ୍ଦ୍ର ସରକାରଙ୍କୁ ମଧ୍ୟବର୍ତ୍ତୀକାଳୀନ ଅନୁମତି ଦେଇଛନ୍ତି। ସୁପ୍ରିମ କୋର୍ଟର ସାମ୍ବିଧାନିକ ବେଞ୍ଚ ଏହି ମାମଲାରେ ସେମାନଙ୍କ ଚୁଡ଼ାନ୍ତ ରାୟ ପ୍ରକାଶ ପର୍ଯ୍ୟନ୍ତ କେନ୍ଦ୍ର ସରକାର ତାଙ୍କ କର୍ମଚାରୀଙ୍କୁ ଆଇନ ଅନୁଯାୟୀ ପଦୋନ୍ନତି ଦେଇପାରିବେ ବୋଲି ସୁପ୍ରିମ କୋଟର ଏକ ବେଞ୍ଚ ରାୟ ଦେଇଛନ୍ତି । ତେବେ ଏହି ପଦୋନ୍ନତି ଦେବା ବେଳେ ସରକାର କେଉଁ ଆଇନକୁ ଅନୁପାଳନ କରିବେ ସେ ନେଇ ସର୍ବୋଚ୍ଚ ନ୍ୟାୟାଳୟ କୌଣସି ସ୍ପଷ୍ଟ ନିର୍ଦ୍ଦେଶ ଦେଇ ନାହାଁନ୍ତି।

କେନ୍ଦ୍ର ସରକାରଙ୍କ ପକ୍ଷରୁ ଅତିରିକ୍ତ ସୋଲିସିଟର ଜେନେରାଲ ମନିନ୍ଦର ସିଂହ ସୁପ୍ରିମ କୋର୍ଟକୁ ଅବଗତ କରିଥିଲେ ଯେ ସରକାର କର୍ମଚାରୀଙ୍କୁ ପଦୋନ୍ନତି ଦେବାକୁ ବାଧ୍ୟ। ମାତ୍ର ବିଭିନ୍ନ ହାଇକୋର୍ଟରେ ଏ ନେଇ ଦିଆାଯାଇଥିବା ନିର୍ଦ୍ଦେଶ ପରିପ୍ରେକ୍ଷୀରେ ସରକାର ନିଜ କର୍ମଚାରୀମାନଙ୍କୁ ପଦୋନ୍ନତି ଦେଇ ପାରୁନାହାଁନ୍ତି। ଫଳରେ ପଦନ୍ନୋତି କ୍ଷେତ୍ରରେ ସ୍ଥାଣୁତା ଦେଖାଦେଇଛି। ଏ ପରିପ୍ରେକ୍ଷୀରେ ସୁପ୍ରିମ କୋର୍ଟ କହିଥିଲେ ଯେ ପଦୋନ୍ନତି ଆଇନ ଅନୁଯାୟୀ ଦିଆଯାଉ। ସରକାର ଆଇନ ଅନୁଯାୟୀ ପଦୋନ୍ନତି ଦେବା କ୍ଷେତ୍ରରେ ଆଗେଇ ପାରନ୍ତି, କିନ୍ତୁ ସୁପ୍ରିମ କୋର୍ଟ ସେମାନଙ୍କୁ କେଉଁ ଆଇନ ଅନୁଯାୟୀ ପଦୋନ୍ନତି ଦିଆଯିବ ସେ କଥା କହି ପାରିବେ ନାହିଁ ବୋଲି ସୁପ୍ରିମ କୋର୍ଟ ସ୍ପଷ୍ଟ କରିଦେଇଛନ୍ତି।

Share

Leave a Reply

Your email address will not be published. Required fields are marked *

4 + ten =