ଅସ୍ତ୍ରବିରତିକୁ ସମ୍ମାନ ରହିଛି, କିନ୍ତୁ ଉସୁକାଇଲେ ଦିଆଯିବ ଉଚିତ ଜବାବ୍

ନୂଆଦିଲ୍ଲୀ () ପାକିସ୍ତାନକୁ କଡ଼ା ଚେତାବନୀ ଦେଇଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ । ଅସ୍ତ୍ରବିରତି ପ୍ରସ୍ତାବ ପ୍ରତି ସମ୍ମାନ ରହିଛି କିନ୍ତୁ ଉସୁକାଇବା ଭଳି କାମ କଲେ ପାକିସ୍ତାନକୁ ଦିଆଯିବ ଉଚିତ ଜବାବ୍ ସେ ଚେତାଇ ଦେଇଛନ୍ତି। ପାକିସ୍ତାନ ପକ୍ଷରୁ ବାରମ୍ବାର ଅସ୍ତ୍ରବିରତିର ଉଲ୍ଲଂଘନ କରାଯାଉଥିବା ଆଜି ରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି।

ପବିତ୍ର ରମଜାନ୍ ମାସ ଚାଲିଥିବାରୁ ଅସ୍ତ୍ରବିରତି ପ୍ରସ୍ତାବକୁ ଭାରତ ସମ୍ମାନ ଦେଇଛି  । କିନ୍ତୁ ପାକିସ୍ଥାନ ଉସୁକାଇବା ଭଳି କାମ କଲେ ଭରତ ଉଚିତ ଜବାବ୍ ଦେବ ବୋଲି ସେ କହିଛନ୍ତି । ଶାନ୍ତି ସ୍ଥାପନ ପାଇଁ ପାକିସ୍ତାନ ସହ ଆଲୋଚନା ପ୍ରସଙ୍ଗରେ ସେ କହିଛନ୍ତି, ଆତଙ୍କବାଦ ଓ ଆଲୋଚନା ଏକା ସହ ହୋଇପାରିବ ନାହିଁ । ଗତ ସପ୍ତାହ ଡିଜିଏମଓ ସ୍ତରୀୟ ଆଲୋଚନାରେ ୨୦୦୩ ଅସ୍ତ୍ରବିରତି ଚୁକ୍ତିକୁ ଜାମ୍ମୁ ଓ କାଶ୍ମୀରରେ ଲାଗୁ ପାଇଁ ସହମତ ହୋଇଥିଲେ ଭାରତ ଓ ପାକିସ୍ତାନ । ସୀମାରେ ଶାନ୍ତିସ୍ଥାପନ ପାଇଁ ଉଭୟ ଦେଶ ଉଦ୍ୟମ କରିବା ନେଇ ଆଲୋଚନା ହୋଇଥିଲା । ସେହିପରି ପବିତ୍ର ରମଜାନ ମାସରେ ଆବଶ୍ୟକ ନହେଲେ ସେନା କାର୍ଯ୍ୟାନୁଷ୍ଠାନ କରିବ ନାହିଁ ବୋଲି ଗୃହମନ୍ତ୍ରୀ ରାଜନାଥ ସିଂ କହିଥିଲେ । ତେବେ ଏହାର ପ୍ରଭାବ ପାକିସ୍ତାନ ଉପରେ ପଡ଼ିବା ଦେଖିବାକୁ ମିଳିନଥିଲା । ବରଂ ସୀମା ସେପଟୁ ପାକିସ୍ତାନୀ ରେଂଜର୍ ବାରମ୍ବାର କରୁଥିଲେ ଗୁଳି ଓ ମୋର୍ଟାର୍ ମାଡ଼ । ଆଜି ପ୍ରତିରକ୍ଷା ମନ୍ତ୍ରୀ ଏସମ୍ପର୍କରେ ସ୍ପଷ୍ଟ ଜଣାଇଛନ୍ତି ଭାରତର ଆଭିମୁଖ୍ୟ ।

Share

Leave a Reply

Your email address will not be published. Required fields are marked *

thirteen − 2 =