ଆରଏସଏସ ଭଳି କଂଗ୍ରେସ ସଂଗଠନ ପ୍ରସ୍ତୁତିରେ ରାହୁଲ

ଭୁବନେଶ୍ବର, 05/06 () କର୍ଣ୍ଣାଟକରେ ବିଜେପିକୁ କ୍ଷମତାରୁ ଦୁରେଇବା ପରେ ରାହୁଲ ଗାନ୍ଧୀଙ୍କ ଟିମ ଏବେ ପୁରା ଜୋଶରେ ରହିଛି । ଏବେ ୨୪ ଆକବର ରୋଡରୁ ରାହୁଲ ଗାନ୍ଧୀଙ୍କ ବଙ୍ଗଳା ପର୍ଯ୍ୟନ୍ତ ଭେଟଘାଟ ବଡିବାରେ ଲାଗିଛି । ଏହି ସଫଳାରୁ ୨୦୧୯ ନିର୍ବାଚନ ପାଇଁ ରାହୁଲ ଗାନ୍ଧୀ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।

ନିର୍ବାଚନ ପାଇଁ ରାହୁଲ ପ୍ରସ୍ତୁତି ଆରମ୍ଭ କରିଥିଲେ ହେଁ ଦୁଇଟି ବଡ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପ୍ରଥମ ହେଲା ରାଜ୍ୟ ସ୍ତରରେ ଏବେ କଂଗ୍ରେସ ପାଖରେ ଦମଦାର ନେତା ନାହାନ୍ତି । ଗାଁ ଗଣ୍ଡାରେ କଂଗ୍ରେସର ଶକ୍ତିି କୁହାଯାଉଥିବା କର୍ମୀ ବି ଆଉ ନାହାନ୍ତି । ତେଣୁ ରାହୁଲ ଗାନ୍ଧୀ ସାଧାରଣ ନିର୍ବାଚନ ପୂର୍ବରୁ ତୁରନ୍ତ ପ୍ରଦେଶ କଂଗ୍ରେସ ନେତୃତ୍ବ ସମସ୍ୟା ସମାଧାନ କଲେ ବି ଦେଶର ବିଭିନ୍ନ ରାଜ୍ୟରେ ନିଜର ସଂଗଠନ କରିପାରିବ ନାହିଁ ।

କିଛି ଦିନ ତଳେ କଂଗ୍ରେସ ୱର ରୁମରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ କଂଗ୍ରେସର ବଡ ବଡ ନେତାଙ୍କ ସହିତ ରାହୁଲ ଓ ପ୍ରିୟଙ୍କା ମଧ୍ୟ ଯୋଗ ଦେଇଥିଲେ । ଏଥିରେ କଂଗ୍ରେସ-ବିଜେପିର ନିର୍ବାଚନ ଲଢେଇ ସମ୍ପର୍କରେ ବିଶ୍ଲେଷଣ କରାଯାଇଥିଲା । ଦୁଇ ଦଳର ଶକ୍ତି ବିଶ୍ଲେଷଣ ପରେ ଜଣାପଡିଲା ଯେ ବିଜେପିର ଅସଲ ଶକ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିମ୍ବା ଅମିତ୍ ଶାହା ନୁହଁନ୍ତି । ବିଜେପିର ଅସଲ ଶକ୍ତି ହେଉଛି ଆରଏସଏସ  । ବିଜେପି ପାଖରେ ମୋଦି ଭଳି ଚେହେରା ଥିବାବେଳେ ଅମିତ୍ ଶାହାଙ୍କ ରଣନୀତି ରହିଛି । କିନ୍ତୁ କ୍ୟାଡର ଆରଏସଏସର ।

ଦିନ ଥିଲା କଂଗ୍ରେସର କ୍ୟାଡର ପ୍ରତ୍ୟେକ ଗାଁରେ ଥିଲା । କିନ୍ତୁ ଧିରେ ଧିରେ କଂଗ୍ରେସ କ୍ୟାଡର ଆଧାରିତ ପାର୍ଟିରୁ ନେତା ଆଧାରିତ ପାର୍ଟିରେ ପରିଣତ ହୋଇଛି । ବିଗତ କିଛି ବର୍ଷ ହେଲା କ୍ୟାଡର ଆଧାରିତ ପାର୍ଟି ଗଠନ କରିବାକୁ କେବଳ ବିଜେପି ଓ ତୃଣମୂଳ କଂଗ୍ରେସ ସଂଗଠନ କାମ କରିଛି । କେରଳରେ ବାମପନ୍ଥୀ କ୍ୟାଡର ମଧ୍ୟ ଅଛନ୍ତି । ତେଣୁ ବିଜେପି ଯେତେ ଚେଷ୍ଠା କଲେ ବି ପଶ୍ଚିମବଙ୍ଗ ଓ କେରଳରେ ସଫଳତା ପାଇପାରୁନାହିଁ ।

ବହୁ ବିଚାରବିମର୍ଷ ପରେ କଂଗ୍ର୍ରେସ ପକ୍ଷରୁ ଦୁଇ ଜଣ ନେତା ଅଶୋକ ଗେହଲଟ ଓ ଶ୍ୟାମ ପିଟ୍ରୋଦାଙ୍କୁ ସଂଗଠନ ଆମୂଳଚୂଳ ପରିବର୍ତ୍ତନ କରିବା ପାଇଁ ଦାୟିତ୍ବ ଦିଆଯାଇଛି । ଅଶୋକ ଗେହଲଟ ପାର୍ଟିର ନୀତି ନିର୍ଦ୍ଧାରଣ କରିବେ ଓ ଶ୍ୟାମ ପିଟ୍ରୋଦା କଂଗ୍ରେସ କର୍ମୀଙ୍କୁ ଯୁଗପୋଯୋଗୀ ହିସାବରେ ପ୍ରଶିକ୍ଷଣ ଦେବେ । କଂଗ୍ରେସର ପୁରୁଖା ନେତାଙ୍କ ଅନୁସାରେ ସଂଘର ଶାଖା ଭଳି ଦେଶର ବିଭିନ୍ନ ଜିଲ୍ଲାର ପ୍ରମୁଖ ଅଞ୍ଚଳରେ ସଂଗଠନ କରାଯାଉ । କିନ୍ତୁ ରାହୁଲ ଗାନ୍ଧୀଙ୍କ ମତ ଅନୁସାରେ ବର୍ତ୍ତମାନର ସଂଗଠନ ବିଜେପିକୁ ହରାଇ ପାରିବ ।

ରାହୁଲଙ୍କ ଟିମର ଜଣେ ସଦସ୍ୟଙ୍କ କହିବା ଅନୁସାରେ ଗତ ଦୁଇ ବର୍ଷ ମଧ୍ୟରେ କଂଗ୍ରେସ ସୋଶାଲ ମିଡିଆରେ ଏବେ ପ୍ରମୁଖ ଭାବରେ ସକ୍ରିୟ ରହି ବିଜେପିକୁ ମୁକାବିଲା କରୁଛି । ତେଣୁ ଆଗାମୀ ଦିନରେ କଂଗ୍ରେସ ସୋଶାଲ ମିଡିଆରେ ଆହୁରି ସକ୍ରିୟ ହେବାକୁ ନିଷ୍ପତ୍ତି ହୋଇଛି । ରାହୁଲ ଗାନ୍ଧୀ ନିଜ ଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଯେତିକି ସମାଲୋଚନା କରନ୍ତି ଠିକ ସେତିକି ସଂଘକୁ ମଧ୍ୟ ସମାଲୋଚନା କରିଥାନ୍ତି । କଂଗ୍ରେସ ବୁଝି ସାରିଛି ସଂଘକୁ ବଦନାମ ନ କଲେ ତାଙ୍କର ପ୍ରଧାନମନ୍ତ୍ରୀ ହେବା ଆଶାରେ ହିଁ ରହିଯିବ ।

Share

Leave a Reply

Your email address will not be published. Required fields are marked *

5 + two =