ବଲିଉଡର ଟପ୍ ପେଡ ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀଙ୍କ କ୍ୟାରିୟର ଛୋଟ  । ବଲିଉଡ ଅଭିନେତ୍ରୀମାନେ ବେଶି ଲମ୍ବା ଇନିଂସ ଖେଳିପାରନ୍ତି ନାହିଂ  । କିନ୍ତୁ ଏମିତି କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବଲିଉଡରେ ଲମ୍ବା ପାଳି ଖେଳୁଛନ୍ତି। ଟପରେ ଥିବା ଏହି ଅଭିନେତ୍ରୀମାନେ ଫିସ ନେବା ମାମଲାରେ ମଧ୍ୟ ଟପରେ ଅଛନ୍ତି । ଆଉ ଏହି ଅଭିନେତ୍ରୀଙ୍କୁ ଫିସ ଦେବା ସମୟରେ ନିର୍ଦ୍ଦେଶକଙ୍କ ଝାଳ ବୋହିଯାଏ  । ସେହି ଅଭିନେତ୍ରୀମାନେ ହେଲେ ଦୀପିକା ପାଦୁକୋନ, କଙ୍ଗନା ରାଣାୱତ, କରିନା କାପୁର, ପ୍ରିୟଙ୍କା ଚୋପ୍ରା ଓ ଦିବ୍ୟା ଭାରତୀ  ।

ବଲିଡର ଡିମ୍ପଲ୍ କୁଇନ୍ ଅଭିନେତ୍ରୀ ଦୀପିକା ପାଦୁକୋନ ‘ଓମ ଶାନ୍ତି ଓମ’ ଜରିଆରେ ନିଜର ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ । ହେଲେ ବଲିଉଡର ଅନ୍ୟ ଅଭିନେତ୍ରୀଙ୍କ ଭିତରେ ସବୁଠାରୁ ଅଧକ ଫିସ୍ ନେବା ତାଲିକାରେ ଦୀପିକା ଟପରେ ଅଛନ୍ତି । ସେ ପ୍ରତି ଫିଲ୍ମ ପାଇଁ ୧୦ ରୁ ୧୨ କୋଟି ନେଇଥାନ୍ତି ।

କଙ୍ଗନା ରଣାୱାତ ନିଜର ବେକାବୁ ଅନ୍ଦାଜ୍ ପାଇଁ ବଲିଉଡରେ ବେଶ ପରିଚିତ  । ନିଜ ଫିଲ୍ମ କ୍ୟାରିୟରରେ ସେ ଗୋଟିଏ ପରେ ଗୋଟିଏ ହିଟ ଫିଲ୍ମ ଦେଇଛନ୍ତି । କଙ୍ଗନାଙ୍କ ଫିସ୍ ବି କିଛି କମ ନୁହେଁ  । ଗୋଟିଏ ଫିଲ୍ମ ପାଇଁ କଙ୍ଗନା ୧୧ କୋଟି ଟଙ୍କା ପାରିଶ୍ରମିକ ନେଇଥାନ୍ତି ।

ବଲିଉଡର ତୃତୀୟ ଟପ ପେଡ ହିରୋଇନ ହେଉଛନ୍ତି କରୀନା କପୁର । ସେ ଅନେକ ହିଟ ଫିଲ୍ମରେ କାମ କରିଛନ୍ତି । ଫିଲ୍ମ ‘ରିଫ୍ୟୁଜି’ରୁ ନିଜ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ କରିନା। ତେବେ କରୀନା ଗୋଟିଏ ଫିଲ୍ମ ପାଇଁ ୯ ରୁ ୧୦ କୋଟି ଚାର୍ଜ କରିଥାନ୍ତି ।

ଚତୁର୍ଥ ଟପ ପେଡ ହିରୋଇନ ହେଉଛନ୍ତି ପ୍ରିୟଙ୍କା ଚୋପ୍ରା  । ସେ ବଲିଉଡ ନୁହେଁ ହଲିଉଡରେ ମଧ୍ୟ ନିଜର ଜଲୱା ଦେଖାଇବାରେ ସଫଳ ହୋଇଛନ୍ତି । ତାଙ୍କର ଏହି ସଫଳ କ୍ୟାରିୟର କାରଣରୁ ଏବଂ ତାଙ୍କ ଡିମାଣ୍ଡ ବଲିଉଡରେ ଥିବାରୁ ସେ ଗୋଟିଏ ଫିଲ୍ମ ପାଇଁ ୯ କୋଟି ଚାର୍ଜ କରିଥାନ୍ତି । ଏହି ତାଲିକାରେ ଅଭିନେତ୍ରୀ ବିଦ୍ୟା ବଲନଙ୍କ ନାମ ମଧ୍ୟ ସାମିଲ ରହିଛି । ପରିଣିତାରୁ କ୍ୟାରିୟର ଆରମ୍ଭ କରିଥିବା ବିଦ୍ୟା ଗୋଟିଏ ଫିଲ୍ମ ପାଇଁ ୬ ରୁ ୭ କୋଟି ପାରିଶ୍ରମିକ ନେଇଥାନ୍ତି ।

Share

Leave a Reply

Your email address will not be published. Required fields are marked *

sixteen − sixteen =