ଗ୍ରାମାଂଚଳରେ ଭିତିଭୂମିର ବିକାଶ ଉପରେ ଗୁରୁତ୍ୱ

ନୂଆଦିଲ୍ଲୀ() ଆସନ୍ତା ଜୁନ ୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗରିବ କଲ୍ୟାଣ ରୋଜଗାର ଅଭିଯାନର ଶୁଭାରମ୍ଭ କରିବେ । ବିହାରରୁ ଏହି ଯୋଜନା ଶୁଭାରମ୍ଭ ହେବ । ୬ଟି ରାଜ୍ୟରେ ଗ୍ରାମୀଣ ଭାରତରେ କର୍ମନିଯୁକ୍ତି ଯୋଗାଇବା ଦେବା ଲକ୍ଷ୍ୟରେ ଆରମ୍ଭ ହେବ ଏହି ଅଭିଯାନ । ୧୨୫ ଦିନର ଏହି ଅଭିଯାନ ମିଶନ ମୋଡ଼ରେ କାର୍ୟ୍ୟକାରୀ ହେବ । ୨୫ଟି ବିଭିନ୍ନ କ୍ଷେତ୍ରରେ ଦେଶାନ୍ତରୀ ଶ୍ରମିକଙ୍କୁ କାମଧନ୍ଦା ଯୋଗାଇ ଦିଆଯିବ । ସେହିପରି ଗ୍ରାମାଂଚଳରେ ଭିତିଭୂମିର ବିକାଶ ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ । ଜୁନ ୨୦ ପୂର୍ବାହ୍ନ ୧୧ଟାରେ ଭିଡ଼ିଓ କନଫେରେନ୍ସିଂ ଜରିଆରେ ମୋଦି ଏହି ଅଭିଯାନର ଶୁଭାରମ୍ଭ କରିବେ । ଏହି ଅବସରରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ଉପ ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ଉପସ୍ଥିତ ରହିବେ । ଅପରପକ୍ଷରେ ଅନ୍ୟ ୫ ରାଜ୍ୟର ମୁଖ୍ୟମନ୍ତ୍ରୀ, ବରିଷ୍ଠ ଅଧିକାରୀ, ୧୧୬ ଜିଲ୍ଲାର ଅଧିକାରୀମାନେ ମଧ୍ୟ ଅନଲାଇନ ଯୋଗେ ଉପସ୍ଥିତ ରହିବେ । ବିହାର, ଉତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ଝାରଖଣ୍ଡ ଓ ଓଡ଼ିଶାରେ ଏହି ଯୋଜନା କାର୍ୟ୍ୟକାରୀ ହେବ । ଗ୍ରାମ୍ୟ ବିକାଶ, ପାନୀୟ ଜଳ ଓ ପରିମଳ, ପରିବେଶ, ରେଳବାଇ, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ, ଟେଲିକମ ଆଦି ମନ୍ତ୍ରଣାଳୟ ଦ୍ୱାରା ଏହି ଅଭିଯାନ କାର୍ୟ୍ୟକାରୀ ହେବ ।

Share

Leave a Reply

Your email address will not be published. Required fields are marked *

4 × 3 =