ଶାହାଙ୍କ ସଭାସ୍ଥଳ ଭାଙ୍ଗିବାକୁ ନିର୍ଦ୍ଦେଶ

ଆଜି ଅମିତ ଶାହାଙ୍କ ରାଲି ପୂର୍ବରୁ କୋଲକାତା ପୋଲିସ ସଭାସ୍ଥଳରେ ପହଞ୍ଚିଲା ଅନୁମତି ପତ୍ର ମାଗିଥିଲେ ।ଅନୁମତି ପତ୍ର ନଥିବାରୁ ଏହି ଗଣ୍ଡଗୋଳ ହୋଇଥିଲା ।

କୋଲକାତା ପୋଲିସ ଷ୍ଟେଜ ସହ ଜଡିତ ଅନୁମତି ପତ୍ର ମାଗିଥିଲେ ଓ ଏହା ନ ମିଳିବାରୁ ଷ୍ଟେଜ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଥିଲେ । ଯାହାକୁ ନେଇ ବିବାଦ ଆରମ୍ଭ ହୋଇଛି । ବିଜେପି କର୍ମୀ ମାନେ ସଭାସ୍ଥଳରେ ଧାରଣାରେ ବସିଥିବା ବେଳେ ଉତ୍ତର କୋଲକାତାରେ ରୋଡ ସୋ କରିବାକୁ ଟ୍ୱିଟ୍ କରି ଜଣାଇଛନ୍ତି ଅମିତ ଶାହା ।
ସଭାସ୍ଥଳରେ ଉତ୍ତେଜନାମୂଳକ ପରିସ୍ଥିତି ଦେଖା ଦେଇଥିବା ବେଳେ ବିଜେପି କର୍ମୀମାନେ ପୋଲିସକୁ ଘେରାଉ କରିବା ସହ ନାରାବାଜି କରୁଛନ୍ତି । ଏହି ବିବାଦ ମଧ୍ୟରେ କୋଲକାତା ପୋଲିସ ଓ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କର୍ମଚାରୀ ମାନେ କୋଲକାତା ସଡକରେ ଲାଗିଥିବା ମୋଦି ଓ ଶାହାଙ୍କ ପୋଷ୍ଟର ହଟାଇ ଦେଇଛନ୍ତି । ଯାହାର ଭିଡିଓ ଏବେ ଭାଇରାଲ ହୋଇଛି ।

ଏହାପୂର୍ବରୁ ପଶ୍ଚିମବଙ୍ଗରେ ଅମିତ ଶାହା ଓ ଯୋଗୀ ଆଦିତ୍ୟନାଥଙ୍କ ହେବାକୁ ଥିବା କିଛି ରାଲିକୁ ରଦ୍ଦ କରି ଦିଆଯାଇଥିଲା ।

Share

Leave a Reply

Your email address will not be published. Required fields are marked *

eighteen − five =