ଆଂଚଳିକ ଦଳକୁ ଆଖେଇଛି ବିଜେପି: ପିସିସି ସଭାପତି

ବାତ୍ୟା ସ୍ଥିତିର ମୁକାବିଲା ନେଇ ନବୀନଙ୍କୁ ମୋଦିଙ୍କ ପ୍ରଶଂସା । ନିର୍ବାଚନ ବେଳେ ପରସ୍ପର ବିରୋଧରେ ବିଷୋଦଗାର କରୁଥିବା ନବୀନ ଏବଂ ମୋଦିଙ୍କ ଏହି ଭାବଗତ ଆଦାନ ପ୍ରଦାନକୁ ଭିନ୍ନ ଦୃଷ୍ଟିରେ ଦେଖିଛନ୍ତି ପିସିସି ସଭାପତି । ସେ କହିଛନ୍ତି ଆଂଚଳିକ ଦଳକୁ ଆଖେଇଛି ବିଜେପି ।

କଂଗ୍ରେସ ପ୍ରଶ୍ନ କରୁଛି, କାରଣ ଆଜିର ଦିନରେ ବିଜେପି ଏବଂ ମୋଦିଙ୍କ ପାଇଁ ଏବେ ୨୦୧୪ ଭଳି ସ୍ଥିତି ନାହିଁ । ହୁଏତ, ସଂଖ୍ୟା ନପାଇଲେ, ବିଜେଡି ଭଳି କିଛି ରାଜନୈତିକ ଦଳ ଗୁଡ଼ିକ ଉପରେ ନିର୍ଭରଶୀଳ ହୋଇପାରେ ବିଜେପି ।

ଏପଟେ କିନ୍ତୁ କଂଗ୍ରେସ ଆଣୁଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଉଭୟ ବିଜେଡି ଓ ବିଜେପି । ବିଜେପି ପୂର୍ଣ୍ଣ ବହୁମତ ସହ ସରକାର ଗଢ଼ିବାକୁ ଯାଉଛି ବୋଲି ଦାବି କରିବା ସହ କୌଣସି ଦଳର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ । ସେହିପରି ବିଜେଡି କହିଛି- ବାତ୍ୟାର ପୁନରୁଦ୍ଧାର ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ କାମ କରୁଥିବା ବେଳେ ଏଥିରେ ରାଜନୀତି ପୁରାଇବା ଅନୁଚିତ ।

Share

Leave a Reply

Your email address will not be published. Required fields are marked *

one × 5 =