ସକାଳୁ ବ୍ରେକ୍‌ଫାଷ୍ଟରେ ଖାଆନ୍ତୁ ‘ମକା ଉପମା’, ସାରା ଦିନ ରୁହନ୍ତୁ ଫିଟ

ଆପଣ ସକାଳୁ ବ୍ରେକ୍‌ଫାଷ୍ଟରେ କ’ଣ ଖାଉଛନ୍ତି ? ରୁଟି-ଭଜା, ବ୍ରେଡ୍‌-ଜାମ୍‌, ଜୁସ୍‌-କଦଳୀ ଏମିତି କିଛି? ଏ ସବୁ ଖାଇ ଖାଇ ବୋର୍‌ ହୋଇଯିବେଣି। ଥରେ ମକା ଉପମା ଟ୍ରାଏ କରନ୍ତୁ ନା। ଦେଖିବେ ଏହା ଆପଣଙ୍କୁ ସାରା ଦିନ ଫିଟ୍‌ ଅନୁଭବ କରାଇବ। ତା’ହେଲେ ଆସନ୍ତୁ ଜାଣିବା ମକା ଉପମା ବନେଇବାର ବିଧି।

ଆବଶ୍ୟକ ସାମଗ୍ରୀ
-ଅଧ କପ୍‌ ମକା ଅଟା
-୧/୪ କପ୍‌ ମଟର
-ଫୁଲକୋବି ଓ ଗାଜର(ଛୋଟ ଛୋଟ କଟା ହୋଇଥିବା)
-ବାଦାମ
-୨-୩ ଚାମଚ ଦେଶୀ ଘିଅ
-ଏକ ଚୁଟ୍‌କି ହେଙ୍ଗୁ
-ଅଳ୍ପ ଧନିଆ ପତ୍ର
-ଅଦା(ଘଷା ହୋଇଥିବା)
-ଜିରା
-ଗୋଟିଏ କଞ୍ଚା ଲଙ୍କା
-୮-୧୦ଟି ଭୃସଙ୍ଗ ପତ୍ର
-ଲୁଣ ସ୍ୱାଦ ଅନୁସାରେ

ପ୍ରସ୍ତୁତି ପ୍ରଣାଳୀ
ମକା ଉପମା ବନେଇବା ପାଇଁ ପ୍ରଥମେ କଡ଼େଇରେ ଏକ ଚାମଚ ଘିଅ ପକାନ୍ତୁ। ଏଥିରେ ମକା ଅଟା ପକାଇ ସୁନେଲି ରଙ୍ଗ ହେବା ପଯ୍ୟର୍ନ୍ତ ଭାଜନ୍ତୁ। ଏହାପରେ ଭଜା ମକା ଅଟାକୁ ପ୍ଲେଟ୍‌ରେ କାଢ଼ିଦିଅନ୍ତୁ। ଏହାସହିତ ବାଦାମକୁ ଅଲଗା ଭାଜି ରଖି ଦିଅନ୍ତୁ। ବଳକା ଘିଅରେ ଜିରା, ହେଙ୍ଗୁ, କଞ୍ଚା ଲଙ୍କା, ଅଦା, ଲୁଣ, ଭୃସଙ୍ଗ ପତ୍ର, ଗାଜର, ମଟର ଏବଂ କୋବି ପକାଇ ଭାଜି ଦିଅନ୍ତୁ। ସେଥିରେ ପାଣି ଦେଇ ସିଝାନ୍ତୁ। ଏହାପରେ ମକା ଅଟା ପକାଇ ଗାଢ଼ ହେବା ପଯ୍ୟର୍ନ୍ତ ଚୁଲ୍ଲିରେ ବସାଇ ଥାଆନ୍ତୁ। ପାଣି ଶୁଖିଯିବା ପରେ ଏବଂ ସମସ୍ତ ଜିନିଷ ଭଲ ଭାବେ ସିଝିଯିବା ପରେ ସେଥିରେ ବାଦାମ ପକାନ୍ତୁ। ଏବେ ଧନିଆ ପତ୍ର ପକାଇ ଗରମ ଗରମ ସର୍ଭ କରନ୍ତୁ।

Share

Leave a Reply

Your email address will not be published. Required fields are marked *

fifteen − 11 =