ସହରରେ ଏକ ଲକ୍ଷରୁ ଅଧିକ ଲୋକ ବସବାସ କରୁଥିଲେ ନିର୍ମାଣ ହେବ ରିଙ୍ଗରୋଡ

ଭୁବନେଶ୍ୱର() ସହର ମାନଙ୍କ ମଧ୍ୟରେ ଉତ୍ତମ ପରିବହନ ବ୍ୟବସ୍ଥା କରିବା ପାଇଁ ରାଜ୍ୟ ସରକାର ୧୧ ସହରରେ ରିଙ୍ଗରୋଡ ନିର୍ମାଣ କରିବାକୁ ଯୋଜନା କରୁଛନ୍ତି। ଯେଉଁ ସହରରେ ଏକ ଲକ୍ଷରୁ ଅଧିକ ଲୋକ ବସବାସ କରୁଛନ୍ତି ସେଠାରେ ଏହି ରିଙ୍ଗରୋଡ୍ ପ୍ରକଳ୍ପ କରିବାକୁ ଯୋଜନା ହେଉଛି। ଖୁବ୍ ଶୀଘ୍ର ଏନେଇ ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ ହେବ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ବର, କଟକ, ପୁରୀ, ରାଉରକେଲା, ବ୍ରହ୍ମପୁର, ସମ୍ବଲପୁର, ବାଲେଶ୍ବର, ଭଦ୍ରକ, ବାରିପଦା, ବଲାଙ୍ଗୀର ଏବଂ ଝାରସୁଗୁଡ଼ାରେ ଏହି ରିଙ୍ଗରୋଡ୍ ନିର୍ମାଣ କରିବାକୁ ଯୋଜନା ହୋଇଛି। କେଉଁ ସହରରେ କେତେ କିଲୋମିଟରର ରିଙ୍ଗରୋଡ୍ ହେବ, କେତେ ସରକାରୀ ଜମି ଅଛି, କେତେ ଜମି ଅଧିଗ୍ରହଣ ହେବ, କେତେ ଅର୍ଥ ଖର୍ଚ୍ଚ ହେବ, ପ୍ରଥମ ପର୍ୟ୍ୟାୟରେ କେଉଁ ସହରରେ ହେବ ସେନେଇ ଆସନ୍ତା ୧୫ତାରିଖରେ ପୂର୍ତ୍ତ ସଚିବ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିବ। ରିଙ୍ଗରୋଡ୍ ପାଇଁ ଚଳିତ ବଜେଟରେ କୌଣସି ବ୍ୟବସ୍ଥା ହୋଇନଥିବାରୁ ଆସନ୍ତା ବଜେଟରେ ଏହି ନେଇ ସ୍ବତନ୍ତ୍ର ବ୍ୟବସ୍ଥା ହେବ।

ଅପରପକ୍ଷେ ଏବେ କଟକରେ ରିଙ୍ଗରୋଡ୍ ଥିବାବେଳେ ଏହା ସହରର ତିନି ଭାଗକୁ ଯୋଡ଼ୁଛି। ନୂଆ ଯୋଜନାରେ ବାକି ଅଂଶକୁ ଯୋଡ଼ାଯିବ।

Share

Leave a Reply

Your email address will not be published. Required fields are marked *

five × four =