କମ୍ ବୟସରେ ବିବାହ କରିଥିଲେ ଏହି କ୍ରିକେଟ ଖେଳାଳୀ , ପଢନ୍ତୁ …

ଭାରତରେ ଏପରି କିଛି କ୍ରିକେଟ ଖେଳାଳୀ ଅଛନ୍ତି ଯେଉଁମାନେ ଖେଳରେ ଅନେକ ସୁନାମ ଅର୍ଜନ କରିଛନ୍ତି । ତାସହ ସେମାନଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ଚର୍ଚ୍ଚାରେ ରହିଥାଏ । ଆଜି ଆମେ ଜାଣିବା ଭାରତର ଏପରି ଖେଳାଳୀଙ୍କ ବିଷୟରେ ଯେଉଁମାନେ କମ୍ ବୟସରେ ବିବାହ କରିଥିଲେ।

୧.କପିଳ ଦେବ : କପିଳ ଦେବ ଭାରତକୁ ପ୍ରଥମ ଓ୍ବାଲର୍ଡ଼ କପ୍ ଜିତାଇଥିଲେ। ୧୯୮୩ମସିହାରେ କପିଳ ଦେବଙ୍କ ଅଧିନାୟକତ୍ବରେ ଭାରତୀୟ ଟିମ୍ ଓ୍ବାଲର୍ଡ଼ କପ୍ ଜିତିଥିଲା। କପିଳ ମାତ୍ର ୨୧ବର୍ଷ ବୟସରେ ରୋମି ଭାଟିଆଙ୍କୁ ବିବାହ କରିଥିଲେ।

୨.ସୈାରଭ ଗାଙ୍ଗୁଲି : ଭାରତୀୟ ଟିମର ପୂର୍ବତନ ସଫଳ କ୍ୟାପଟେନ୍ ସୈାରଭ ଗାଙ୍ଗୁଲି ୧୯୮୨ମସିହାରେ ଆନ୍ତର୍ଜାତୀୟ କ୍ରିକେଟରେ ପାଦ ଥାପିଥିଲେ ଏବଂ ୪ବର୍ଷ ପରେ ଅର୍ଥାତ୍ ୨୪ବର୍ଷ ବୟସରେ ସେ ଡୋନା ରାୟଙ୍କୁ ବିବାହ କରିଥିଲେ। ଡୋନା ରାୟ ତାଙ୍କ ପିଲାଦିନର ସାଙ୍ଗ ଥିଲେ।

୩.ବୀରେନ୍ଦ୍ର ସେହଓ୍ବାଗ: ଭାରତୀୟ ଟିମର ବିସ୍ଫୋରକ ଓପନର ବ୍ୟାଟସମ୍ୟାନ ବୀରେନ୍ଦ୍ର ସେହଓ୍ବାଗ ଟେଷ୍ଟ କ୍ରିକେଟରେ ଟ୍ରିପଲ ସେଞ୍ଚୁରୀ କରିବାର ରେକର୍ଡ଼ କରିଥିଲେ। ସେହଓ୍ବାଗଙ୍କୁ ୨୫ବର୍ଷ ହୋଇଥିବାବେଳେ ସେ ବିବାହ କରିଥିଲେ।

୪.ଅହମଦ ଶେହଜାଦ: ଅହମଦ ଶେହଜାଦ ପାକିସ୍ତାନର ଏକ ଚମତ୍କାର କ୍ରିକେଟର। ଅହମଦ ସାନା ମୁରିଙ୍କୁ ଭଲ ପାଇ ବସିଥିଲେ। ସେ ତାଙ୍କ ପିଲାଦିନର ସାଙ୍ଗ ଥିଲେ। ଅହମଦ ମାତ୍ର ୨୩ବର୍ଷ ବୟସରେ ତାଙ୍କୁ ବିବାହ କରିଥିଲେ।

Share

Leave a Reply

Your email address will not be published. Required fields are marked *

fifteen + ten =