ଦିଲ୍ଲୀ ବସ୍ତିରେ ଭୟାବହ ଅଗ୍ନିକାଣ୍ଡ

ହୋଟେଲରେ ନିଆଁ ଲାଗି ୧୭ ଜଣଙ୍କ ମୃତ୍ୟୁ ଘଟଣାକୁ ୨୪ ଘଣ୍ଟା ନପୂରୁଣୁ ଆଉ ଏକ ଭୟାବହ ଅଗ୍ନିକାଣ୍ଡ ଦିଲ୍ଲୀକୁ ଦୋହଲାଇ ଦେଇଛି । ଦିଲ୍ଲୀର ପଶ୍ଚିମ ପୁରୀ ଅଞ୍ଚଳରେ ଥିବା ଏକ ବସ୍ତିରେ ଆଜି ଅପରାହ୍ନରେ ନିଆଁ ଲାଗି ପ୍ରାୟ ୨୫୦ରୁ ଊର୍ଦ୍ଧ୍ୱ ଘର ଜଳି ଭସ୍ମୀଭୂତ ହୋଇଯାଇଛି । ୨୬ଟିରୁ ଅଧିକ ଦମ୍କଳ ନିଆଁ ଲିଭାଇବା କାର୍ୟ୍ୟରେ ଲାଗିଛନ୍ତି । ଏହି ଅଗ୍ନିକାଣ୍ଡରେ ଅନେକ ଲୋକ ଆହତ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ନିଆଁ ଲାଗି ଅନେକ ଯାନବାହନ ଜଳି ଯାଇଛି । ତେବେ ନିଆଁ କେମିତି ଲାଗିଲା ସେକଥା ଏପର୍ୟ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ ।

Share

Leave a Reply

Your email address will not be published. Required fields are marked *

twenty + fifteen =