ବଜେଟ ଅଧିବେଶନ ୨୦୨୨: ବଢିଲା ଖେଳ ବଜେଟ ଦର

କେନ୍ଦ୍ର ସରକାରଙ୍କ ତରଫରୁ ଆଜି ସଂସଦରେ ବଜେଟ ଉପସ୍ଥାପନ ହୋଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ବଜେଟ ଉପସ୍ଥାପନ କରିଛନ୍ତି । ଆଜି ଲୋକସଭାରେ ଉପସ୍ଥାପନ ହୋଇଥିବା ବଜେଟରେ ଯଦି ଖେଳ ବଜେଟ କଥା କହିବା ତାହାଲେ ଚଳିତ ବଜେଟ ଭାଷଣରେ ଖେଳ ବଜେଟର ଉଲ୍ଲେଖ କରିନଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କିନ୍ତୁ ଏହା ପରେ ଚଳିତ ବଜେଟକୁ ନେଇ ଆସିଥିବା ସମ୍ପୂର୍ଣ୍ଣ ଲିଷ୍ଟରେ ଖେଳ ବଜେଟ ଉଲ୍ଲେଖ ରହିଥିଲା । ଚଳିତ ବଜେଟରେ କ୍ରୀଡା କ୍ଷେତ୍ର ପାଇଁ ୩୦୦ କୋଟି ଟଙ୍କା ବୃଦ୍ଧି କରାଯାଇଛି ।
ବର୍ଷ ୨୦୨୧-୨୦୨୨ରେ ଖେଳ ବଜେଟ ୨୭୫୭.୦୨ କୋଟି ଥିଲା । କିନ୍ତୁ ୨୦୨୨-୨୩ରେ ଖେଳ ବଜେଟରେ ବଢ଼ାଯାଇଛି । ଚଳିତ ଖେଳ ବଜେଟ ୩୦୬୨.୬୦ କୋଟି ରହିଛି । ଅର୍ଥାତ ଗତ ବର୍ଷ ଅପେକ୍ଷା ଚଳିତ ଥର ଖେଳ ବଜେଟରେ ୩୦୫.୫୮ କୋଟି ବୃଦ୍ଧି କରାଯାଇଛି । ଚଳିତ ଥର ବଜେଟରେ ରାଷ୍ଟ୍ରୀୟ ଯୁବ ସଶକ୍ତିକରଣ କାର୍ୟ୍ୟକ୍ରମରେ ଟଙ୍କା ବୃଦ୍ଧି କରାଯାଇଛି । ଗତ ବର୍ଷ ଏଥିରେ ୧୦୮ କୋଟି ଖର୍ଚ୍ଚ ହୋଇଥିବାବେଳେ ଚଳିତ ବର୍ଷ ୧୩୮ କୋଟି ଦିଆଯାଇଛି । ସବୁଠାରୁ ବଡ଼ କଥା ହେଉଛି ଖେଳ ଇଣ୍ଡିଆ କାର୍ୟ୍ୟକ୍ରମରେ ବି ବଜେଟ ବୃଦ୍ଧି କରାଯାଇଛି । ଗତବର୍ଷ ଖେଲ ଇଣ୍ଡିଆର ବଜେଟ ୮୭୯ କୋଟି ଥିବାବେଳେ ଚଳିତ ବର୍ଷ ୯୭୪ କୋଟି ରହିଛି ।
ସୂଚନା ଅନୁସାରେ ଖେଳ ବଜେଟ ମଧ୍ୟରେ ଅଲମ୍ପିକ ପାଇଁ ସମସ୍ତ ପ୍ରସ୍ତୁତି, ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ, ଆଥେଲେଟିକ୍ସ ଅଥରିଟି ଅଫ ଇଣ୍ଡିଆ ସମେତ ଅନ୍ୟ ସଂସ୍ଥାର ବଜେଟ ମଧ୍ୟ ରହିଛି । କରୋନା କାରଣରୁ ଗତ ବର୍ଷ ଖେଳ ବଜେଟରେ କିଛି କଟକଣା ଦେଖିବାକୁ ମିଳିଥିଲା । କିନ୍ତୁ ଚଳିତ ବର୍ଷ ଏହାକୁ କଭର କରାଯାଇଛି ।

Share

Leave a Reply

Your email address will not be published. Required fields are marked *

one × four =