ଏହି ରାଜକୁମାରୀଙ୍କ ସହ ରାହୁଲ ଗାନ୍ଧିଙ୍କ ଥିଲା ପ୍ରେମ ସମ୍ପର୍କ

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପ୍ରେମ ସମ୍ପର୍କ ବିଷୟରେ ବୋଧହୁଏ ଆପଣମାନେ ଜାଣିନଥିବେ ।
ଆସନ୍ତୁ ଜାଣିବା ରାହୁଲ କାହାକୁ ପସନ୍ଦ କରୁଥିଲେ । ରାହୁଲ ଆଜି ଯାଏଁ ବିବାହ କରିନାହାନ୍ତି ସତ କିନ୍ତୁ ନିଜ ପ୍ରେମ କାହାଣୀ ପାଇଁ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ରାହୁଲ ଗାନ୍ଧୀଙ୍କୁ ଦେଶର ସବୁଠାରୁ ଲୋକପ୍ରିୟ ବ୍ୟାଚଲର ବୋଲି କୁହାଯାଏ । କିଛି କିଛି ଦିନ ବ୍ୟବଧାନରେ ରାହୁଲଙ୍କ ବିବାହକୁ ନେଇ ଚର୍ଚ୍ଚା ହୋଇଥାଏ । ରାହୁଲ ଗାନ୍ଧୀଙ୍କ ସମ୍ପର୍କ ଜଣେ ରାଜକୁମାରୀଙ୍କ ସହ ଥିଲା । କିଛି ଦିନ ପୂର୍ବରୁ ରାହୁଲ ଏହି ରାଜକୁମାରୀଙ୍କୁ ଅଧିକାଂଶ ସମୟରେ ଦେଖା କରିବାକୁ ଯାଉଥିଲେ । ଯାହାଫଳରେ ରାହୁଲଙ୍କ ସମ୍ପର୍କ ବିଷୟରେ ସମସ୍ତେ ଜାଣିବାକୁ ପାଇଥିଲେ ।

ଏହି ରାଜକୁମାରୀ ଆଫଗାନିସ୍ଥାନର । ରାହୁଲଙ୍କ ଏହି ପ୍ରେମିକା ଆଫଗାନିସ୍ଥାନର ପୂର୍ବ ଶାସକ ମହମ୍ମଦ ଜାହିରଙ୍କ ନାତୁଣୀ । ଏହି ରାଜକୁମାରୀ ରାହୁଲଙ୍କ ସହିତ ସୋନିଆ ଗାନ୍ଧୀଙ୍କ ବାସଭବନରେ ଆୟୋଜିତ ଏକ ପ୍ରାର୍ଥନା ସଭାରେ ମଧ୍ୟ ସାମିଲ ହୋଇଥିଲେ । ସେତେବେଳେ ରାଜକୁମାରୀ ଏବଂ ରାହୁଲଙ୍କ ସମ୍ପର୍କକୁ ନେଇ ଜୋରସୋରରେ ଚର୍ଚ୍ଚା ହୋଇଥିଲା ।

ସୂଚନାଯୋଗ୍ୟ ଯେ, ଉଭୟଙ୍କୁ ଦିଲ୍ଲୀର ଅମନ ହୋଟେଲରେ ମଧ୍ୟ ଏକାସଙ୍ଗେ ଦେଖିବାକୁ ମିଳିଥିଲା । ହୋଟେଲ ଅମନର ଫିଟନେସ ସେଣ୍ଟରରେ ଉଭୟଙ୍କୁ ଏକାସଙ୍ଗେ ଦେଖିବାକୁ ମିଳିଥିଲା । ଏମାନଙ୍କୁ ଫ୍ରାନ୍ସରେ ମଧ୍ୟ ଏକାସଙ୍ଗେ ବୁଲାବୁଲି କରୁଥିବା ଦେଖିବାକୁ ମିଳିଥିଲା । କିନ୍ତୁ ୨୦୧୩ ମସିହାରେ ଆଫଗାନିସ୍ଥାନର ଏହି ରାଜକୁମାରୀ ନୋଏଲ ମିସ୍ତ୍ରର ରାଜବଂଶୀୟ ପରିବାରର ରାଜକୁମାରଙ୍କୁ ବିବାହ କରିଥିଲେ ।

Share

Leave a Reply

Your email address will not be published. Required fields are marked *

ten − 5 =