ରଖେ ହରି, ମାରେ କିଏ

ମୁମ୍ବାଇ (): ରଖେ ହରି ମାରେ କିଏ ! ଏହି ଉକ୍ତିର ସତ୍ୟତା ମୁମ୍ବାଇରେ ଦେଖିବାକୁ ମିଳିଛି । ବନ୍ୟ ସ୍ରୋତରେ ଭାସି ଯାଉଥିବା ଏକ କାରରୁ ପରିବାର ସମସ୍ତ ସଦ୍ୟସଙ୍କୁ ଉଦ୍ଧାର କରାଯାଇଛି । ମୁମ୍ବାଇର ତୋଲଜା ଘୋଟଗାଁରେ ଏହି ଘଟଣା ଘଟିଛି । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ଭିଡିଓରେ ନଦୀରେ ଏକ କାର ଭାସୁଛି ଏବଂ କାର ଉପରେ ପରିବାର ଲୋକ ବସିଥିବା ଦେଖିବାକୁ ମିଳିଛ । ଏହି ଦୃଶ୍ୟ ଗାଁଲୋକ ଦେଖିଲା ପରେ ଦଉଡି ସାହାଯ୍ୟରେ ସେମାନଙ୍କୁ ଉଦ୍ଧାର କରିଛନ୍ତି । ଏହାକୁ ମୋବାଇଲରେ ରେକର୍ଡ କରାଯାଇଛି । ସୋମବାର ସଂଧ୍ୟା ସମୟର ଏହି ଘଟଣା ବୋଲି ଜଣପଡିଛି ।

ସୂଚନାଯୋଗ୍ୟ, ଏକ ବଡ ଧରଣର ଦୁର୍ଘଟଣାରୁ ଗୋଟିଏ ପରିବାର ଅଳ୍ପକେ ବର୍ତ୍ତି ଯାଇଛନ୍ତି । ୩୭ ବର୍ଷୀୟ ଅଶରଫ, ତାଙ୍କ ପତ୍ନୀ ହମିଦା ଓ ଦୁଇ ପିଲାଙ୍କ ସହ କାରରେ ଘୋଟଗାଁ ପୋଲ ଉପରେ ଯାଉଥିବା ବେଳେ ହଠାତ ଜଳ ସ୍ରୋତ ବଢି ଯାଇଥିଲା । ଏହି ସମୟରେ ଅଶରଫ କାରକୁ ନିୟନ୍ତ୍ରଣ କରି ପାରି ନଥିଲେ ଏବଂ ଚାହୁଁଚାହୁଁ କାରଟି ନଦୀ ସ୍ରୋତ ଭାସି ଯାଇଥିଲା । ଗାଁଲୋକ ସେମାନଙ୍କୁ ବଞ୍ଚାଇବାକୁ ଜେସିବି ଓ ଦଉଡି ସାହଯ୍ୟ ନେଇଥିଲେ । ଜଣ ଜଣ କରି ସମସ୍ତଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରିଥିଲେ । ସର୍ବ ପ୍ରଥମେ ମହିଳାଙ୍କୁ ଉଦ୍ଧାର କରାଯାଇଥିଲା ଓ ପରେ ପୁରୁଷଙ୍କୁ ଉଦ୍ଧାର କରାଯାଇଥିଲା । ସ୍ଥାନୀୟ ପୁଲିସଙ୍କ କହିବାନୁଯାୟୀ, କାରରେ ଥିବା ସମସ୍ତଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ସମୟରେ ସେମାନଙ୍କ ମଧ୍ୟରୁ କେତେକ ଆହତ ହୋଇଥିବା ଜଣାପଡିଛି । ପ୍ରାଥମିକ ଚିତ୍ସା ପରେ ସେମାନଙ୍କୁ ଘରକୁ ପଠାଯାଇଛି ।

Share

Leave a Reply

Your email address will not be published. Required fields are marked *

11 − seven =