ପୁଣି ହସ୍ପିଟାଲରେ ଭର୍ତ୍ତିହେଲେ ଦିଲ୍ଲୀପ କୁମାର

ମୁମ୍ବାଇ: ବଲିଉଡର ଏଭରଗ୍ରୀନ ହିରୋ ବା ବର୍ଷିଆନ ଅଭିନେତା ଦିଲ୍ଲୀପ କୁମାର ଅସୁସ୍ଥ ହୋଇଛନ୍ତି । ତାଙ୍କୁ ପୁଣିଥରେ ମେଡିକାଲରେ ଭର୍ତ୍ତି କରାଯାଇଛି । ନିଶ୍ୱାସ ନେବାରେ ଅସୁବିଧା ହେବାରୁ ମୁମ୍ବାଇସ୍ଥିତ ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

‘ଟ୍ରାଜେଡ଼ି କିଙ୍ଗ୍’ ଭାବେ ପରିଚିତ ଏହ ୯୮ ବର୍ଷୀୟ ଅଭିନେତାଙ୍କୁ ଆଇସିୟରୁରେ ଭର୍ତ୍ତ କରାଯାଇଛି । ତାଙ୍କର ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ଠିକ୍ ଅଛି ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି । ଦିଲୀପ କୁମାରଙ୍କୁ ଗତାକଲି ରାତିରେ ହସ୍ପିଟାଲକୁ ଅଣାଯାଇଥିଲା । ବୟସାଧିକ୍ୟ ଏବଂ ତାଙ୍କର ଶ୍ୱାସ ଜନିତ ସମସ୍ୟା ଦୃଷ୍ଟିରୁ ସତର୍କତା ମୂଳକ ପଦକ୍ଷେପ ଭାବେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଏହି ଭେଟେରାନ ଅଭିନେତାଙ୍କ ଜଣେ ପାଖ ଲୋକ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

5 − one =