ଭାଇକୁ ହାଣିଲା ଭାଇ

କଟକ: ପରକୀୟା ପ୍ରୀତିର କରୁଣ ପରିଣତି । ଯୁବକଙ୍କୁ ଟାଙ୍ଗିଆରେ ହାଣି ବିଭତ୍ସ ହତ୍ୟା କରାଯାଇଛି । ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । କଟକ ଜିଲ୍ଲା ଟାଙ୍ଗୀ ଥାନା ଜରିପଡ଼ା ପଞ୍ଚାୟଚ ଜଗନ୍ନାଥପୁର ଗାଁରେ ଘଟିଛି ଘଟଣା । ମୃତକ ହେଲେ ଉମେଶଚନ୍ଦ୍ର ସ୍ୱାଇଁଙ୍କ ପୁଅ ଗୌରାଙ୍ଗ ସ୍ୱାଇଁ । ପୋଲିସ ଅଭିଯୁକ୍ତ ବିଷ୍ଣୁ ସ୍ୱାଇଁଙ୍କୁ ଅଟକ ରଖି ପଚରା ଉଚରା କରୁଛି । ସେପଟେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

ଗୌରାଙ୍ଗ ହେଉଛନ୍ତି ବିଷ୍ଣୁଙ୍କ ଦାଦାପୁଅ ଭାଇ । ସେ ବିବାହିତ ହୋଇ ମଧ୍ୟ ବିଷ୍ଣୁଙ୍କ ସ୍ତ୍ରୀଙ୍କୁ ଖରାପ ବ୍ୟବହାର କରୁଥିଲେ । ଏପରିକି ମୋବାଇଲକୁ ସବୁବେଳେ ଖରାପ ମେସେଜ ମଧ୍ୟ ପଠାଉଥିଲେ ଏବଂ ଖରାପ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିବା ପୋଲିସ ଆଗରେ କହିଛନ୍ତି ବିଷ୍ଣୁ ପତ୍ନୀ । ତେବେ ମଙ୍ଗଳବାର ସଦ୍ଧ୍ୟାରେ ବାଡିପଟେ ତାଙ୍କୁ ଟଣା ଓଟରା କରୁଥିବା ବେଳେ ବିଷ୍ଣୁ ଗୌରାଙ୍ଗଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି । ପୋଲିସ ଉଭୟ ସ୍ୱାମୀ ସ୍ତ୍ରୀଙ୍କୁ ଅଟକ ରଖି ପଚରା ଉଚରା କରୁଛି ।

Share

Leave a Reply

Your email address will not be published. Required fields are marked *

3 × one =